Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ଜନତା ହାଇସ୍କୁଲ ଭୁକ୍ତାରେ ବନମହୋତ୍ସବ ସପ୍ତାହ ପାଳିତ – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ଜନତା ହାଇସ୍କୁଲ ଭୁକ୍ତାରେ ବନମହୋତ୍ସବ ସପ୍ତାହ ପାଳିତ

0

ବରଗଡ଼, (ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁକ୍ତାରେ ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ,ଶକ୍ତି କ୍ଲବ୍ ଓ ଜୁନିଅର ରେଡକ୍ରସ୍ ଶାଖା ଆନୁକୂଲ୍ୟରେ ୭୫ତମ ବନମହୋତ୍ସବ ପାଳିତ ହୋଇଯାଇଛି।ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାନନ୍ଦ ଦେହେରୀ ଯୋଗ ଦେଇ ବିଦ୍ୟାଳୟ ପରିସରରେ ଚାରାରୋପଣ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ lବନ ସଂରକ୍ଷଣ ଓ ପରିବେଶ ସୁରକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ଇକୋ କ୍ଲବ ମାଷ୍ଟର ଟ୍ରେନର ଶ୍ରୀଯୁକ୍ତ ସଂଜୟ ଖମାରୀ ଛାତ୍ରଛାତ୍ରୀମାନଙ୍କୁ ସବୁଜ ଶପଥ ପାଠ କରାଇଥିଲେ। ସପ୍ତାହବ୍ୟାପୀ ବିଭିନ୍ନ ଦିବସରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ” ଆସ ଲଗାଇବା ଗଛ “ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗୀତାରେ ବରିଷ୍ଠ ବିଭାଗରୁ ଉମାକାନ୍ତ ମହାରଣା ପ୍ରଥମ ,ଆଦ୍ୟାଶା ଭୋଇ ଦ୍ବିତୀୟ ଏବଂ ଜିଜ୍ଞାସା ପଟେଲ ଓ ଡଲି ପଟେଲ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗରୁ ଆସ୍ଥା ସା, ଶିବାନୀ ନାୟକ ଓ ପିଆ ପଟେଲ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଠିକ୍ ସେହିପରି “ବୃକ୍ଷ ମାହାତ୍ମ୍ଯ” ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗୀତାରେ ବରିଷ୍ଠ ବିଭାଗରୁ ଲିପସାମୟୀ ସା, ସିଦ୍ଧି ସାହୁ ଓ ଡିମ୍ପଲ ପଟେଲ ଏବଂ କନିଷ୍ଠ ବିଭାଗରୁ ଅଂଶୁମାନ ଭୋଇ, ତମନ୍ନା ବାରିକ ଓ ବିଜିତା ସାହୁ ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ ,ଶକ୍ତି କ୍ଲବ୍ ଓ ଜୁନିଅର ରେଡକ୍ରସର ସଦସ୍ୟ ଏବଂ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ବୋଧରାମ ବିଶ୍ବାଳ, ଆଶୁତୋଷ ଭୋଇ, ରଂଜିତ ସାହୁ ଜ୍ୟୋତିଶ୍ଚନ୍ଦ୍ର ପଧାନ, ପ୍ରଶାନ୍ତ ମହାପାତ୍ର,ଅଶୋକ ଦାସ, ପଦ୍ମଲୋଚନ ବିଶି, ସୁବାସ ଚନ୍ଦ୍ର ଖମାରୀ, ଅଙ୍କିତ ମହନ୍ତ,ରଂଜିତ ସାହୁ,ଆଲୋକ ଭୋଇ, ଅନୀଲ ସିଦାର,ଶିକ୍ଷୟିତ୍ରୀ ସୌଦାମିନୀ ବାରିକ,ରାଜକୁମାରୀ ଭୁଏ, ସରିତା ପଟେଲ,ଅନୀତା ପଧାନ, ସଙ୍ଗୀତା ସାହୁ, ରଂଜୁ ବଣିଆ, ତାରାବତୀ ସାହୁ ,ରୁକୁଣୀ ସେଠ୍, ଭାରତୀ ସେଠ୍ ଚାରା ରୋପଣ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ।ବନମହୋତ୍ସବ ସପ୍ତାହ ଉପଲକ୍ଷେ ଆୟୋଜିତ ବୃକ୍ଷରୋପଣ ସମେତ ବିଭିନ୍ନ କାର୍ଯ୍ୟକ୍ରମକୁ ଇକୋ କ୍ଲବ ମାଷ୍ଟର ଟ୍ରେନର ଶ୍ରୀଯୁକ୍ତ ସଂଜୟ ଖମାରୀ ସୂଚାରୁ ରୂପେ ପରିଚାଳନା କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!