ହଠାତ୍ ନିଲେଇପାଲି ସ୍କୁଲରେ ପହଞ୍ଚିଗଲେ ଅତାବିରା ବିଧାୟକ

ଅତାବିରା , 9/7(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ନିଲେଇପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମଙ୍ଗଳବାର ହଠାତ୍ ପହଞ୍ଚି ପରିଦର୍ଶନ କରିଛନ୍ତି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ l ବିଦ୍ୟାଳୟଟି 1963 ମସିହାରେ ସ୍ଥାପିତ ହୋଇଛି l 61 ବର୍ଷର ଏହି ପୁରୁଣା ବିଦ୍ୟାଳୟ l ଏବେ ଅବ୍ୟବସ୍ଥା ମଧ୍ୟରେ ପଡ଼ି ରହିଛି l ସେହି ପୁରୁଣା ପାଚେରୀ କହି ଦେଉଛି ବିଦ୍ୟାଳୟର ଅବସ୍ଥା l ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପଢ଼ାଯାଉଛି ପାଠ l 8 ଶ୍ରେଣୀକୁ ଚାରି ଜଣ ଶିକ୍ଷୟିତ୍ରୀ ଶିକ୍ଷକ l 83 ଜଣ ଛାତ୍ରୀଛାତ୍ର ଏଠାରେ ପଢୁଛନ୍ତି ପାଠ l ଅହେତୁକ ଜାଗା ରହିଛି ହେଲେ ଶ୍ରେଣୀ କୋଠରୀର ଅଭାବ l ଗୋଟିଏ କୋଠରୀକୁ ଦୁଇ ଭାଗ କରି ଚାଳିଛି ପାଠ ପଢା l ପକ୍କା ବିଲଡିଂ ଛାତ ଶ୍ରେଣୀ କୋଠରୀ ଛାତ୍ରୀଛାତ୍ରଙ୍କ ପାଇଁ ସାତ ସପନ l ଆଡ଼ବେଷ୍ଟର ଛାଉଣୀ ଥିବା ଶ୍ରେଣୀ କୋଠରୀରେ ଶୀତ ବର୍ଷା ଖରା କାକର ରେ ଛତ୍ରୀଛାତ୍ରଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷୟିତ୍ରୀ ଶିକ୍ଷକ l ଶୌଚାଳୟ ଅବସ୍ଥାରେ ସୁଧାର ନାହିଁ l ବିଗତ ବର୍ଷରେ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ଏକ ଅନୁଦାନ ଆସିଥିଲା ମାତ୍ର ସେଠି କେବଳ ନିହ ପକାଇ ଠିକାଦାର ଚୁପ ହୋଇ ବସି ରହିଛନ୍ତି l ଏପରି ଅନେକ ଅଭିଯୋଗ ଗ୍ରାମବାସୀ ଓ ପ୍ରଧାନଶିକ୍ଷୟିତ୍ରୀ ଙ୍କ ଠାରୁ ବିଧାୟକ ନିହାର ମହାନନ୍ଦ ଶୁଣି ତାଜୁବ ହୋଇଗଲେ l ଏତେ ବର୍ଷ ଧରି ବିଜେଡ଼ି ସରକାର କଣ କରୁଥିଲା ବୋଲି ନିଜକୁ ନିଜେ ପ୍ରଶ୍ନ କରୁଥିଲେ ବିଧାୟକ l ତେବେ ଏ ନେଇ ତଦନ୍ତ କରିବାକୁ ଅତାବିରା ବିଡ଼ିଓ ସୂର୍ଯ୍ୟ କୁମାର ନାୟକ ଙ୍କୁ ବିଧାୟକ ନିହାର ମହାନନ୍ଦ ନିର୍ଦ୍ଦେଶ ଦେଇଥିଲେ l ବିଧାୟକଙ୍କ ସ୍କୁଲ ପରିଦର୍ଶନ ସମୟରେ ପ୍ରଧାନଶିକ୍ଷୟିତ୍ରୀ ପ୍ରମୋଦିନୀ ନାୟକ, ସ୍କୁଲ ପରିଚାଳନା କମିଟି ଚେୟାରମ୍ୟାନ ଡିଲେଶ୍ୱର ବଢ଼େଇ, ଭାଜପା ଅତାବିରା ନଗର ସଭାପତି ସୁରେନ୍ଦ୍ର ସ୍ୱାଇଁ, ଲହଣ୍ଡା ସରପଞ୍ଚ ଅର୍ଜୁନ ନାଏକ ପ୍ରମୁଖ ଙ୍କ ସମେତ ନିଲେଇପାଲି ଗ୍ରାମବାସୀ ଉପସ୍ଥିତ ଥିଲେ l ନିଲେଇପାଲି ଗ୍ରାମରେ ଥିବା ଅନ୍ୟାନ୍ୟ ସାମୁହିକ ସମସ୍ୟା ସମ୍ପର୍କରେ ମଧ୍ୟ୍ ଗ୍ରାମବାସୀ ବିଧାୟକ ନିହାର ମହାନନ୍ଦ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l