Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ଝାରବନ୍ଧରେ ସାମ୍ବାଦିକ ଭବନ ଲୋକାର୍ପିତ – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ଝାରବନ୍ଧରେ ସାମ୍ବାଦିକ ଭବନ ଲୋକାର୍ପିତ

0

ଝାରବନ୍ଧ, (ସଂସ୍କୃତି ମିଡ଼ିଆ ):- ଶୁକ୍ରବାର ବରଗଡ଼ ଜିଲା ପଦ୍ମପୁର ଉପକଣ୍ଠ ଝାରବନ୍ଧ ବ୍ଲକ ସାମ୍ବାଦିକ ଭବନ ଲୋକାର୍ପିତ ହୋଇଯାଇଛି । ସାମ୍ବାଦିକ ରମେଶ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟଅତିଥ୍ୟ ଭାବେ ଯୋଗ ଦେଇ ନବନିର୍ମିତ ସାମ୍ବାଦିକ ଭବନକୁ ଉଦଘାଟନ କରିଥିଲେ । ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଲିପସା ପ୍ରଧାନ, ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ବରଗଡ଼ (ଜାବ)ର ସାଧାରଣ ସମ୍ପାଦକ ଯୁଧୃଷ୍ଟିର ମହାପାତ୍ର, ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ବଡ଼ ଶତପଥୀ, ଶୁଭମ ପତି ସମ୍ମାନିତ ଅତିଥୁ ଭାବରେ ଯୋଗଦାନ କରିଥିଲେ।

,
ଜିଲ୍ଲାର ବିଭିନ୍ନ ବ୍ଳକର ସାମ୍ବାଦିକମାନେ ଯୋଗଦାନ କରି ଝାରବନ୍ଧ ବ୍ଲକ ସାମ୍ବାଦିକ ସଂଘର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଉଦ୍‌ଘାଟନୀ ଉତ୍ସବ ସ୍ମୃତିରେ ପ୍ରକୃତିବନ୍ଧୁ ତଥା ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ଶ୍ରୀ ଶତପଥୀ ଏକ ବଉଳ ଚାରା ମୁଖ୍ୟଅତିଥିଙ୍କୁ ଉପହାର ଦେଇଥିଲେ।ଏଥିରେ ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ, ଗ୍ରାମ୍ୟ ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ନାଗରିକ ଆଦି ବାହୁ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ ଉତ୍ସାହିତ କରିଥିଲେ। ସାମ୍ବାଦିକ ରଞ୍ଜନ ଦେବତା, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ସାନନ୍ଦ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହାରାଧନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଝାରବନ୍ଧ ବ୍ଲକର ସାମ୍ବାଦିକ ଦେବେନ୍ଦ୍ର ସାହୁ, ନକୁଳ ସାହୁ, ମନୋହର ଦାସ, ଶିବ ପ୍ରସାଦ ପଟେଲ, ପ୍ରଦୀପ ପ୍ରଧାନ ଓ ମିଶନ ଶକ୍ତି କାଫେର ସଦସ୍ୟାମାନେ ସହଯୋଗ କରିଥିଲେ। ଶେଷରେ ରମେଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!