Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ଶିକ୍ଷା ସପ୍ତାହ ଉଦଘାଟିତ  – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ଶିକ୍ଷା ସପ୍ତାହ ଉଦଘାଟିତ 

0

ଅତାବିରା , 22/7(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଳକ୍ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ ସୋମବାରଉଦଘାଟିତ ହୋଇଯାଇଛି l ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଅଛି । ବୁଗବୁଗା କ୍ଲଷ୍ଟର ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପତ୍ରାପାଲି ଠାରେ ଶିକ୍ଷା ସପ୍ତାହର ପ୍ରଥମ ଦିନରେ ଶିକ୍ଷଣ ସାମଗ୍ରୀ ଦିବସ ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ବିଭିନ୍ନ ଶ୍ରେଣୀ ପାଇଁ ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ତିଆରି ଓ ପ୍ରସ୍ତୁତି କରାଯାଇଅଛି । ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନାରାୟଣ ବିଶି,ଶିକ୍ଷୟିତ୍ରୀ ମଥୁରା ପଧାନ, ବବଳିରାଣୀ ଗଡ଼ତିଆ , ରଞ୍ଜିତା କ୍ଷେତି ସହଯୋଗ କରିଥିଲେ । ଶିକ୍ଷା ସପ୍ତାହର ପ୍ରଥମ ଦିବସରେ ପତ୍ରାପାଳି ବିଦ୍ୟାଳୟରେ ଛାତ୍ରୀଛାତ୍ରମାନେ ଶିକ୍ଷଣ ସାମଗ୍ରୀ ତିଆରି କରି ପ୍ରଦର୍ଶନ କରିଛନ୍ତି l ଏହି ଶିକ୍ଷା ସପ୍ତାହ ୨୨ ଜୁଲାଇ ରୁ ୨୮ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ୨୩ ଜୁଲାଇ କୁ ମୌଲିକ ଭାଷା ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦିବସ, ୨୪ ଜୁଲାଇ କ୍ରୀଡା ଦିବସ,୨୫ ଜୁଲାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଦିବସ,୨୬ ଜୁଲାଇ ଦକ୍ଷତା ଓ ଡିଜିଟାଲ ଦିବସ,୨୭ ଜୁଲାଇ ଇକୋ କ୍ଳବ୍ ଦିବସ ଏବଂ ୨୮ ଜୁଲାଇ କୁ ସମ୍ପ୍ରଦାୟ ଯୋଗଦାନ ଦିବସ ରୂପେ ପାଳନ କରାଯିବ ।


Leave a Reply

Your email address will not be published. Required fields are marked *

error: Content is protected !!