ଅତାବିରାରେ ଜାତୀୟ ମହାକାଶ ଦିବସ ପାଳିତ

0

ସରଣ୍ଡା ,୨୩।୮(ସଂସ୍କୃତି ମିଡ଼ିଆ )-ଚେଷ୍ଟା କଲେ ସବୁ କିଛି ସମ୍ଭବ । ଆମେ ମଧ୍ୟ ଯଦି ଆଜିଠୁ ପରିଶ୍ରମ କରିବା ଧ୍ୟାନ ସହକାରେ ପଢ଼ିବା ତେବେ ଚନ୍ଦ୍ରୟାନ ୩ ର ସଫଳତା ପାଇବା ଭଳି ନିଶ୍ଚିତ ଭାବେ ମହାକାଶରେ ପାଦ ଥାପିବାର ସଫଳତା ହାସଲ କରି ପାରିବ । ତେଣୁ କଠିନ ଅଧ୍ୟବସାୟ ଫଳରେ ସମସ୍ତ ସମସ୍ୟା ର ସମାଧାନ ହୋଇପାରେ । ଏହି ବ୍ରତକୁ ପାଥେୟ କରି ଆଗକୁ ବଢ଼ିବାକୁ ହେବ ବୋଲି ଶୁକ୍ରବାର ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା କ୍ଲଷ୍ଟର ପରିସରରେ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ଜାତୀୟ ମହାକାଶ ଦିବସ ପାଳନ ଅବସରରେ ମତ ପ୍ରକାଶ ପାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ତତ୍ତ୍ଵାବଧାନରେ ଅତାବିରା ବ୍ଳକ୍ ଅନ୍ତର୍ଗତ ସମସ୍ତ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ‘ଜାତୀୟ ମହାକାଶ ଦିବସ ‘ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବୁଗବୁଗା କ୍ଲଷ୍ଟର ଅଧୀନ ସମସ୍ତ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଚନ୍ଦ୍ରଯାନ ଉତ୍ସବ ପାଳନ ହେବା ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ୍, ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପିଲାମାନଙ୍କ ମଧ୍ୟରେ ମହାକାଶ ଗବେଷଣା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଏହା ଅଭିନବ ପ୍ରୟାସ । ଏହି କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପତ୍ରାପାଲି ର ପ୍ରଧାନ ଶିକ୍ଷକ ନାରାୟଣ ବିଶି,ସହକାରୀ ଶିକ୍ଷୟିତ୍ରୀ ବାବଳିରାଣୀ ଗଡ଼ତିଆ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କର, ସହକାରୀ ଶିକ୍ଷକ ଦିନେଶ କୁମାର ମହାକୁର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଗବୁଗା ର ପ୍ରଧାନ ଶିକ୍ଷୟିତ୍ରୀ ମଂଜୁଲତା ବେହେରା ଏବଂ ସହକାରୀ ଶିକ୍ଷୟିତ୍ରୀ ହେମାଗ୍ନୀ ଅଦାବର ତଥା ସି ଆର ସି ସି ନନ୍ଦିଘୋଷ ଭୁଏ ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!