ଭଟଲିରେ ଟାଟା ପାୱାର ସ୍ମାର୍ଟ ମିଟର ବିରୋଧ ରେ ବିରାଟ ସମାବେଶ

0

ଭଟଲି,୨୩/୮(ସଂସ୍କୃତି ମିଡ଼ିଆ )-ବର୍ତ୍ତମାନ ବରଗଡ ଜିଲ୍ଲାରେ ବିଦ୍ୟୁତ ବିଭାଗର ସମ୍ପୂର୍ଣ୍ଣ ଦାୟିତ୍ୱ ଟାଟା ପାୱାର ହାତରେ ରହିଛି ଓ ତାହାର ମନମୂଖୀ କାର୍ଯ୍ୟକଳାପ ଯୋଗୁଁ କେବଳ ଭଟଲି ନୁହେଁ ସବୁ ଅଞ୍ଚଳର ଚାଷୀ ତଥା ବିଦ୍ୟୁତ ଉପଭୋକ୍ତାମାନେ ଅତିଷ୍ଠ ହୋଇଗଲେଣି ଯେଉଁ ଅଞ୍ଚଳ ଟାଟା ପାୱାର ଅଧିନରେ ରହିଛି । ଏବେ ପ୍ରତ୍ୟେକ ଉପଭୋକ୍ତାକୁ ସ୍ମାର୍ଟ ମିଟର ସଂଯୋଗ କରି ବିଦ୍ୟୁତ ବିତରଣ କରାଯାଉଛି ଓ ଏହି ସ୍ମାର୍ଟ ମିଟର ବାଧ୍ୟତାମୂଳକ ସଂଯୋଗ କରାଯାଉଛି ଯାହାର ବିଦ୍ୟୁତ ବିଲ ପୂର୍ବରୁ ଲାଗିଥିବା ମିଟର ଅପେକ୍ଷା ବହୁତ ବେଶୀ । ଯଦ୍ୱାରା ଚାଷୀ ତଥା ଉପଭୋକ୍ତାମାନେ ବିଦ୍ୟୁତ ବିଲ ପୈଠ କରିବାକୁ ଅକ୍ଷମ ହେଉଛନ୍ତି । ତେଣୁ ଆଜି ଭଟଲି ରଥଦାଣ୍ଡ ପଡିଆଠାରେ ଅଞ୍ଚଳର ଶହ ଶହ ଚାଷୀ ତଥା ଉପଭୋକ୍ତା ଏକତ୍ରିତ ହୋଇ ନିଜର ସ୍ମାର୍ଟ ମିଟର ଖୋଲି ବିଦ୍ୟୁତ କାର୍ଯ୍ୟାଳୟକୁ ଯାଇ ଫେରାଇ ଦେଇଥିଲେ ଏବଂ ବିଦ୍ୟୁତ ବିଭାଗର ବିଭିନ୍ନ ସମସ୍ୟା ଯେପରିକି ବାରାମ୍ୱାର ବିଦ୍ୟୁତ ବିଚ୍ଛିନ୍ନ, ଲୋଭୋଟେଜ ଇତ୍ୟାଦିକୁ ନେଇ ଟାଟା ପାୱାର ଉପରେ ଆକ୍ରୋଶ ମୂଳକ ବିରୋଧ ପ୍ରଦର୍ଶନ କରିଥିଲେ । ପ୍ରକାଶ ଥାଉକି ବିଗତ ତିନି ଚାରି ଦିନ ତଳେ ବରଗଡ ଜିଲ୍ଲା କେନ୍ଦପାଲି ଗ୍ରାମର ଉପଭୋକ୍ତାମାନେ ମଧ୍ୟ ଏହି ପନ୍ଥା ଅବଲମ୍ବନ କରିଥିବାର ଦେଖାଯାଇଥିଲା। ଏହି ବିକ୍ଷୋଭ ସମାବେଶରେ ବରଗଡ଼ ଜିଲ୍ଲାର ସଂଯୁକ୍ତ କୃଷକ ସଙ୍ଗଠନ ରମେଶ ମହାପାତ୍ର, ଭେଡେନ କୃଷକ ସଙ୍ଗଠନ ର ସୁଦାମ ପାତ୍ର, ରାଜ ବୋଡାସମ୍ବର କୃଷକ ସଂଗଠନ ଅରବିନ୍ଦ ପଣ୍ଡା, ଦଧିବାମନ କୃଷକ ସଂଗଠନ ର ଦେବେନ୍ଦ୍ର ପଧାନ,ବାରପାହାଡ଼ କୃଷକ ସଙ୍ଗଠନ ଈଶାନ୍ତ ଭୋଇ, କୃଷକ ପରିବାର ର ଥବିର ସାହୁ, ଶାନ୍ତନୁ ମାଝୀ, ଗୋପାଳ ପଣ୍ଡା, ହେମନ୍ତ ସାହୁ, ଅକ୍ଷୟ ସାହୁ, ସୁରେନ ସାହୁ, ବିକ୍ରମ ପଧାନ, ବିଦ୍ୟାଧର ଖମାରୀ, ପ୍ରକାଶ ବାରିକ, ରବି ପଧାନ, ଅନନ୍ତ ସାହୁ, କନ୍ଦର୍ପ ବାରିକ ପ୍ରମୁଖ ଦାୟିତ୍ୱ ନେଇଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!