ଭୁତଟିକ୍ରାରେ ଭାଗବତ ଠୁଙ୍ଗୀ ପ୍ରତିଷ୍ଠା କଲେ ମାହେଶ୍ୱରୀ ଗ୍ରୁପ

0

ସରଣ୍ଡା, 26/8(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ଗ୍ରାମପଞ୍ଚାୟତର ଭୁତଟିକ୍ରା ଗ୍ରାମରେ ସୋମବାର ବରଗଡ଼ ମାହେଶ୍ୱରୀ ଗ୍ରୁପ ଅଫ ଇଷ୍ଟିଚ୍ୟୁସନ ପକ୍ଷରୁ ଶ୍ରୀ ଶ୍ରୀ ବୀର ବଜରଙ୍ଗ ଙ୍କ ଶୀଳା ସ୍ଥାପନ ସହ ଭାଗବତ ଠୁଙ୍ଗୀ ପ୍ରତିଷ୍ଠା ଏବଂ ନାମ ମଣ୍ଡଳୀର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି l ଏଥିରେ ବୁଗବୁଗା ଅଞ୍ଚଳବାସୀଙ୍କ ସମେତ ଆଖ ପାଖ ଗ୍ରାମର ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ l ଏଥିରେ ବରଗଡ଼ ମାହେଶ୍ୱରୀ ଗ୍ରୁପ ଅଫ ଇଷ୍ଟିଚ୍ୟୁସନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଫକିର କର୍ଣ୍ଣ ଏବଂ ତାଙ୍କ ସହଧର୍ମିଣୀ ସନ୍ତୋଷିନୀ କର୍ଣ୍ଣ ସପତ୍ନୀକ କର୍ତ୍ତା ଦାୟିତ୍ୱ ବାହନ କରିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ବୁଗବୁଗା ଗ୍ରାମପଞ୍ଚାୟତର ସମିତି ସଭ୍ୟ କୈଳାସ ଚନ୍ଦ୍ର ଧରୁଆ, ରେମଣ୍ଡା ଗ୍ରାମର ଚଳଚିତ୍ର ଅଭିନେତା ଛବିଳ ପ୍ରଧାନ, ଅତିଥି ଭାବେ ଯୋଗ ଦେଇଥିଲେ l ପଣ୍ଡିତ ପାରେଶ୍ୱର କର ମୁଖ୍ୟ ପୁରୋହିତ ଥିବା ବେଳେ ପଣ୍ଡିତ ଦିବାକର ତ୍ରିପାଠୀ ପୂଜାପାଠ କାର୍ଯ୍ୟରେ ସହଯୋଗ କରିଥିଲେ l ଭୁତଟିକ୍ରାର ସମସ୍ତ ଗ୍ରାମବାସୀ ପୂଜାକାର୍ଯ୍ୟରେ ଉପସ୍ଥିତ ରହି ବୀର ବଜରଙ୍ଗ ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ପରିଚାଳନାରେ ସହଯୋଗ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!