କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟରେ ଭାରତୀୟ ବଜେଟ ୨୪-୨୫ ଉପରେ ଆଲୋଚନାଚକ୍ର

0

ବରଗଡ଼,୨୬/୮(ସଂସ୍କୃତି ମିଡ଼ିଆ ):-ବରଗଡ଼ କ୍ରୀଷ୍ଣା ବିକାଶ ସିନିୟର ସେକେଣ୍ଡାରୀ ବିଦ୍ୟାଳୟରେ ଆଜି ” ଡିକୋଡିଂ ବଜେଟ ଅଫ ଇଣ୍ଡିଆ ୨୦୨୪ ” ବିଷୟ ଆଧାରିତ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଉକ୍ତ ପାଠଚକ୍ର ରେ ବିକାଶ ଆବାସିକ ବିଦ୍ୟାଳୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିଶିର କୁମାର ରାଉଳ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏ ପାଠଚକ୍ର ଟି ଦୁଇଟି ଅଧିବେଶନରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ କଳା ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ମାନେ ଭାରତୀୟ ବଜେଟ୍ ୨୪-୨୫ ଉପରେ ସେମିନାର ଉପସ୍ଥାପନା କରିଥିଲେ। ଏହି ଆଲୋଚନଚକ୍ର ର ବିଚାରକ ରୁପେ ପଞ୍ଚାୟତ ମହାବିଦ୍ୟାଳୟ ବରଗଡ ର ଅର୍ଥନୀତି ବିଭାଗ ର ଆସିଷ୍ଟାଣ୍ଟ ପ୍ରଫେସର କୁମାରୀ ଖୁଳଣା ମଲ୍ଲିକ ଏବଂ କୁମାରୀ ବାସନ୍ତୀ ମେହେର ଯୋଗଦେଇଥିଲେ।। ସେମିନାର ଉପସ୍ଥାପନା କରିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ବାଣିଜ୍ୟ ବିଭାଗର ଛାତ୍ର ପ୍ରତ୍ୟୁଷ ଦାସ ଙ୍କୁ Best Presentation Award ଦୀୟାଯାଇଥିବା ବେଳେ କଳା ବିଭାଗର ଛାତ୍ରୀ ସୁଶ୍ରୀ ରିୟା ଦାସଙ୍କୁ Best spoker Award ପ୍ରଦାନ କରାଯାଇଥିଲା।

ସେହିପରି ଦ୍ବିତୀୟ ଅଧିବେଶନରେ ମୁଖ୍ୟବକ୍ତା ତଥା ଗଙ୍ଗାଧର ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଉମାଚରଣ ପତି ନିଜର ବକ୍ତବ୍ୟରେଡିକୋଡିଂ ବଜେଟ ଅଫ ଇଣ୍ଡିଆ ୨୦୨୪ସବିଶେଷ ଆଲୋଚନ କରିବା ସହିତ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଭାରତୀୟ ବଜେଟ୍ ୨୦୨୪୨୫ ଭୂମିକା ଉପରେ ଆଲୋଚନ କରିଥଲେ। ଏହି କାର୍ଯକ୍ରମ ରେ କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ଚେୟାରମେନ ଦଶରୀ ମୂରଲୀ କ୍ରିଷ୍ଣା ଯୋଗଦେଇ ଏହି ବଜେଟ୍ ରେ କିପରି ଭାବରେ ଯୁବ, ଚାଷୀ, ମହିଳା, ଗରିବ ତଥା ସମାଜର ଶେଷ ବ୍ୟକ୍ତି ମାନଙ୍କୁ କିପରି ଅଗ୍ରାଧିକାର ଦୀୟାଯାଇଛି ତା ସମ୍ଵନ୍ଧରେ ଆଲୋକପାତ କରିଥିଲେ।କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟ ଅନୁଷ୍ଠାନ ନିର୍ଦ୍ଦେଶକ .ସମରେନ୍ଦ୍ର ନାଥ ପଣ୍ଡା ଭାରତକୁ ବିଶ୍ଵ ଅର୍ଥନୀତି ରେ କିପରୀ ଏକନମ୍ବର ସ୍ଥାନକୁ ଅଣାଯାଇ ପାରିବ ତା ବିଷୟରେ ମତରଖି ଥିଲେ। ପରିଶେଷରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ରଥ କାର୍ଯକ୍ରମ ସଫଳ ପରିଚାଳନା ପାଈଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତି କାର୍ଯକ୍ରମକୁ ସଫଲ୍ୟ ମଣ୍ଡିତ କରିଥିଲା।


Leave a Reply

Your email address will not be published. Required fields are marked *

error: Content is protected !!