ଭଟଲି ରେ ମିନି ଷ୍ଟାଡିୟମ୍ ନିର୍ମାଣ ପାଇଁ କ୍ରୀଡା ମନ୍ତ୍ରୀଙ୍କୁ ଦାବି ଜଣାଇଲେ ଇରାସିସ ଆଚାର୍ଯ୍ୟ

0

ଭଟଲି,୫।୯(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଦିନେ କ୍ରୀଡା କ୍ଷେତ୍ରରେ ବହୁତ ନାମ ରଖିଥିଲା । ଏହି ଅଞ୍ଚଳରୁ ବହୁ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ ପୂର୍ବକ ରାଜ୍ୟ ସ୍ତରରେ ଭଟଲି ର ଛାପ ଛାଡ଼ି ପାରୁଥିଲେ । ମାତ୍ର ତାହା ବର୍ତ୍ତମାନ ପରିସ୍ଥିତିରେ ଆଉ ଦେଖିବାକୁ ମିଳୁନି । ପୂର୍ବେ କିଛି ରୟତି ସୀମାରେ ଖେଳ ପଡିଆ ନିର୍ମାଣ କରି ଅଞ୍ଚଳ ର କ୍ରୀଡା ବିତ୍ ନିଜ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରୁଥିଲେ । ଏହିପରି ଭାବେ ଅନେକ ବର୍ଷ ବିତି ଯାଇଥିବାବେଳେ ପରେ ଶ୍ୟାମ ବିହାରୀ ମନ୍ଦିର ସଂଲଗ୍ନ ଖାଲି ସ୍ଥାନ ଓ ତା ପରେ ଉଚ୍ଚ ବିଦ୍ୟାଳୟ ପରିସରରେ ରହିଥିବା ଛୋଟ ଖେଳ ପଡିଆ ରେ ଖେଳାଳି ମାନେ କ୍ରିଡ଼ାଭ୍ୟାସ କରୁଥିଲେ । ଏପରିକି ପୂର୍ବରୁ ଭଟଲି ବହୁତ ବଡ଼ ବଡ଼ ନାମକରା କ୍ରିକେଟ ଦଳ ମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାବେଳେ ଅନେକ ଖେଳାଳି କ୍ରିକେଟ ପାଇଁ ରାଜ୍ୟସ୍ତର କୁ ଯାଇ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ମାତ୍ର ଏବେ ଆଉ ସେସବୁ ପ୍ରତିଭା ଦେଖିବାକୁ ମିଲୁ ନାହାନ୍ତି । ଏଥିପାଇଁ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଦୁଃଖ ପ୍ରକାଶ କରି ଗୁରୁବାର ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ଭଟଲି ରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରିବା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏହା ହେଲେ ଭଟଲି ଅଞ୍ଚଳରେ ଥିବା ଅନେକ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ପ୍ରକୃତ ଭିତ୍ତିଭୂମି ପାଇ ପାରିବେ ଓ ନିଜର କ୍ରୀଡା ପ୍ରତିଭାକୁ ବିକଶିତ କରି ପାରିବେ ବୋଲି ସେ ପ୍ରକାଶ କରିଛନ୍ତି । ତେଣୁ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉନ୍ନତ ମାନର ମିନି ଷ୍ଟାଡିୟମ ନିର୍ମାଣ ପାଇଁ ପାଣ୍ଠିର ବ୍ୟବସ୍ଥା କଲେ ଅଞ୍ଚଳର ଛାତ୍ର ଛାତ୍ରୀ ଉପକୃତ ହୋଇପାରିବେ ବୋଲି ବିଧାୟକ ଦାବି କରିଛନ୍ତି । ତାଙ୍କର ଏଭଳି ଉଦ୍ୟମକୁ ଭଟଲି କ୍ରୀଡା ସଂଘ ତଥା ଅଞ୍ଚଳ ବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।


Leave a Reply

Your email address will not be published. Required fields are marked *

error: Content is protected !!