ତିହାର ଲୋକମହୋତ୍ସବ- ୨୦୨୪ ଅକ୍ଟୋବର ୧୦,୧୧,୧୨ ରେ, ଭାଗ ନେବେ ୧୨ ରୁ ଉର୍ଦ୍ଧ୍ବ ସାଂସ୍କୃତିକ ଦଳ, ସମ୍ବର୍ଦ୍ଧିତ ହେବେ ବହୁ ପ୍ରତିଭା

ଅତାବିରା, 17/9(ସଂସ୍କୃତି ମିଡ଼ିଆ ):-ଅତାବିରା ତିହାର ଲୋକ ମହୋତ୍ସବ ଚଳିତ ବର୍ଷ ୧୩ ତମ ବର୍ଷ ରେ ପଦାର୍ପଣ କରିଥିବା ବେଳେ ଚଳିତ ବର୍ଷ ଏହାକୁ ଅତ୍ୟନ୍ତ ବର୍ଣ୍ଣାଢ଼୍ୟ ଭାବରେ ପାଳନ କରିବାକୁ ଚେଷ୍ଟା କରାଯିବାକୁ ଆଜି ଅନୁଷ୍ଠିତ ବୈଠକ ରେ ନିଷ୍ପତି ନିଆଯାଇଛି । ସମିତି ର ସଭାପତି ତଥା ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଙ୍କ ସଭାପତିତ୍ବ ଓ ସଂଯୋଜକ ରବି ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକ ରେ ନିଷ୍ପତି ନିଆଯାଇଛି ଯେ ଚଳିତ ବର୍ଷ ପାଖାପାଖି ଚେଷ୍ଟା କରାଯିବ ଆମ ଅଞ୍ଚଳ ର ସାଂସ୍କୃତିକ ଦଳ ଗୁଡ଼ିକୁ ନେଇ ମହୋତ୍ସବ ର ଆୟୋଜନ କରାଯିବ । ଚଳିତ ବର୍ଷ ଅକ୍ଟୋବର ୧୦,୧୧ ଓ ୧୨ ତାରିଖ ତିନି ଦିନ ଧରି ମହୋତ୍ସବ ର ଆୟୋଜନ ହେବ।
ପ୍ରତ୍ୟେକ ସନ୍ଧ୍ୟା ରେ ତିନିଟି ସାଂସ୍କୃତିକ ଦଳ ର ନୃତ୍ୟ କାର୍ଯ୍ୟକ୍ରମ ରହିଥିବା ବେଳେ ତିହାର କଳା ପରିଷଦ ର କଳାକାର ମାନେ ପ୍ରତ୍ୟେକ ସନ୍ଧ୍ୟା ର ପ୍ରଥମ କାର୍ଯ୍ୟକ୍ରମ ସ୍ୱରୂପ ପଶ୍ଚିମ ଓଡ଼ିଶା ର ସମ୍ବଲପୁରୀ ସଙ୍ଗୀତ ପରିବେଷଣ କରି କାର୍ଯକ୍ରମ କୁ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସାହିତ୍ୟ କ୍ଷେତ୍ର ରେ ଅବଦାନ ପାଇଁ ସ୍ବର୍ଗତ ନାରାୟଣ ପୃଷେଠ ସ୍ମୃତି ସମ୍ମାନ, ଅଭିନୟ କ୍ଷେତ୍ରରେ ଅବଦାନ ପାଇଁ ସ୍ବର୍ଗତ ରାଜେନ୍ଦ୍ର ସାହୁ ସ୍ମୃତି ସମ୍ମାନ, ସମ୍ବଲପୁରୀ ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ସ୍ବର୍ଗତ ମିତ୍ରଭାନୁ ବିଶ୍ଵାଳ ସ୍ମୃତି ସମ୍ମାନ , ସମାଜସେବା କ୍ଷେତ୍ରରେ ଯୋଗଦାନ ପାଇଁ ସ୍ବର୍ଗତ ବସନ୍ତ କୁମାରୀ ପଣ୍ଡା ସ୍ମୃତି ସମ୍ମାନ, ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ସ୍ବର୍ଗତ ଶାନ୍ତନୁ ବିଶ୍ୱାଳ ସ୍ମୃତି ସମ୍ମାନ ଏବଂ ଓଡ଼ିଆ ମାଧ୍ୟମିକ ବୋର୍ଡ ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା ରେ ଅତାବିରା ବ୍ଲକ ରେ ପ୍ରଥମ ହୋଇଥିବା ଛାତ୍ର / ଛାତ୍ରୀ ଙ୍କୁ ସ୍ବର୍ଗତ ରାମ ଲକ୍ଷ୍ମଣ ଦାଶ ସ୍ମୃତି ସମ୍ମାନ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଗଲା । ମହୋତ୍ସବ ର ଆୟୋଜନ ପାଇଁ ବିଭିନ୍ନ ସବ କମିଟି ଯେଭଳି କି ସ୍ମରଣିକା , ଖାଦ୍ୟ ,ଷ୍ଟେଜ, ରହଣି, ସାଂସ୍କୃତିକ ଦଳ ପରିଚାଳନା , ଲାଇଟ୍ ଓ ସାଉଣ୍ଡ, ସମ୍ବର୍ଧନା ଓ ପୁରସ୍କାର ସହ ଅନ୍ୟାନ୍ୟ ସମସ୍ତ ବିଷୟ ପରିଚାଳନା ପାଇଁ ସବ କମିଟି ମାନ ଗଠନ କରାଯାଇଥିଲା। ସଭାପତି ତଥା ବିଧାୟକ ଶ୍ରୀ ମହାନନ୍ଦ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ନିଜ ନିଜ କମିଟି ର କାର୍ଯ୍ୟ ସୁଚାରୁ ରୁପେ ପ୍ରତିପାଦନ କରିବା ସହ ଚଳିତ ବର୍ଷ ମହୋତ୍ସବ ଦିନ ର ବହୁ ପୂର୍ବରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପୁରଣ କରି ସମସ୍ତେ ଯେଭଳି ମହୋତ୍ସବ କୁ ନିଜ ପରିବାର ସହ ଆରାମ ରେ ଉପଭୋଗ କରି ପାରିବେ ସେ ଉପରେ ଦୃଷ୍ଟି ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଅରବିନ୍ଦ ପାତ୍ର, ଯୁଗ୍ମ ସମ୍ପାଦକ ନରେନ୍ଦ୍ର ଦାଶ, କୋଷାଧ୍ୟକ୍ଷ ନିର୍ମଳ ପ୍ରଧାନ , ବରିଷ୍ଠ ସଦସ୍ୟ ରାଜେଶ ଅଗ୍ରୱାଲ, ବିରେନ୍ଦ୍ର କର, ଅଶୋକ ପ୍ରଧାନ, ମନୋଜ ସତପଥି, ଶଙ୍କର ବାରିକ, ସୁରେନ୍ଦ୍ର ସ୍ବାଇଁ,ମନୋଜ ଅଗ୍ରୱାଲ, ବଳରାମ ସାହୁ, ଦୀପକ ରାଏ,ଜିତୁ ଭୋଇ, ଚନ୍ଦନ ରାଏ, ପରମେଶ୍ବର ପଟେଲ , ଅଭିଷେକ ସାହୁ, ସିତେଶ ଅଗ୍ରୱାଲ, ପ୍ରେମଜିତ ପ୍ରଧାନ, ତପନ ବାଗ, ଉଦେଶ ପ୍ରଧାନ, କାର୍ତ୍ତିକ ମହାରଣା, ପ୍ରତୀକ ସ୍ବାଇଁ , ନିକୁ , ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।