ଶଙ୍ଖ ଭବନରେ ପ୍ରଦ୍ୟୁମ୍ନ : ରାଜ୍ୟରେ ରକ୍ତଦାନକୁ ଗୁରୁତ୍ୱ ଦେବାକୁ ପ୍ରସ୍ତାବ

0

ବରଗଡ଼, 20/9(ସଂସ୍କୃତି ମିଡ଼ିଆ )-ଗତ କାଲି ଶଙ୍ଖ ଭବନ ରେ ଅନୁଷ୍ଠିତ ବରଗଡ ଜିଲ୍ଲା ର ସମୀକ୍ଷା ବୈଠକ ରେ ସଂଗଠନ ବିଷୟରେ ନିଜ ନିଜ ମତ ପ୍ରକାଶ କରି ଆତ୍ମ ସମୀକ୍ଷା ମାନେ କରାଯାଇଥିଲା ଉକ୍ତ ସମୟରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଜିଲ୍ଲା ର ଅନେକ ନେତା ଏବଂ କର୍ମୀ ମାନଙ୍କ ମତାମତ ନେଇଥିଲେ ଏହି ସମୟରେ ବିଜୁ ଯୁବ ଜନତା ଦଳ ବରଗଡ ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ସମସ୍ତଙ୍କ ସମ୍ମୁଖ ରେ ସାରା ଓଡ଼ିଶା ରେ ବର୍ତ୍ତମାନ ଦେଖାଯାଉଥିବା ରକ୍ତ ର ଅଭାବ କୁ ଦୂର କରିବା ଏବଂ ରୋଗୀ ତଥା ତାଙ୍କ ପରିଜନ ନାହିଁ ନ ଥିବା ର ସାମନା ହେବା ପାଇଁ ପଡ଼ୁଛି ଏହାର ସମାଧାନ ପାଇଁ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଜରିଆରେ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଅନୁରୋଧ କରିଥିଲେ ଏବଂ ନିଜେ ସୁପ୍ରିମୋ ନିଶ୍ଚୟ ଆରମ୍ଭ କରିବା ବୋଲି ପ୍ରତିଶ୍ରୁତି ଦେଇଥିଲେ l

ବର୍ତମାନ ନବୀନ ସରକାର 100 ଦିନ ହେବ ସରକାର ରେ ନାହାନ୍ତି ଆଗରୁ ପ୍ରତ୍ୟେକ ବ୍ଲକ ଜିଲ୍ଲା ସଦର ମହକୁମା ରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଜରିଆରେ ଦୀର୍ଘ ବର୍ଷ ହେବ ବିଜୁ ଜନତା ଦଳ ର କର୍ମୀ ମାନଙ୍କ ଦ୍ଵାରା ସ୍ବେଚ୍ଛାକୃତ ରକ୍ତଦାନ ଅନୁଷ୍ଠିତ ହୋଇଥିଲା କିନ୍ତୁ ମୋହନ ସରକାର ଆସିବା ପରେ ରକ୍ତ ର ଘୋର ଅଭାବ ରକ୍ତ ଭଣ୍ଡାର ମାନଙ୍କୁ ପରିଲକ୍ଷିତ ହୋଇଛି ତେଣୁ ଆଗାମୀ ଦିନରେ ପୁଣି ପ୍ରଦ୍ୟୁମ୍ନ ଙ୍କ ନିବେଦନ କ୍ରମେ ଏବଂ ତାଙ୍କ ଆବେଦନ କୁ ନବୀନ ପଟ୍ଟନାୟକ କେତେ ଶୀଘ୍ର ଏବଂ କେଉ ପ୍ରଣାଳୀ ରେ ପୁଣି ରକ୍ତଦାନ ଆରମ୍ଭ କରି ରକ୍ତ ଭଣ୍ଡାର ରେ ରୋଗୀ କୁ ଯୋଗେଇବେ ଦେଖିବା ବାକି ରହିଲା


Leave a Reply

Your email address will not be published. Required fields are marked *

error: Content is protected !!