ଶିକ୍ଷୟିତ୍ରୀ ପୁଷ୍ପଲତା ନାଏକଙ୍କ ଅକାଳ ବିୟୋଗ ପରେ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 2;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 50;
ସରଣ୍ଡା,23/9(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ପୁଷ୍ପଲତା ନାଏକଙ୍କ ଅକାଳ ବିୟୋଗ ପରେ ସୋମବାର ଏକାଦଶାହ ଉପଲକ୍ଷେ ତାଙ୍କ ନିଜସ୍ୱ ଗ୍ରାମ ସୋହେଲା ବ୍ଲକ ସରକଣ୍ଡାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଅତାବିରା ଜନ କଲ୍ୟାଣ କୁଳିତା ସମାଜ ସଭାପତି ଦିବାକର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଗ୍ରୀଞ୍ଜେଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଦୋଶ ଭୋଇ ସଂଯୋଜନା କରିଥିଲେ l ଏଥିରେ ସୌରୀ ଚରଣ ବାରିକ, ନିମାଇଁ ଚରଣ ପ୍ରଧାନ, ଦୟାନିଧି ପ୍ରଧାନ,ଜ୍ଞାନ ପ୍ରକାଶ ସାହୁ, କୃଷ୍ଣ ଚନ୍ଦ୍ର ଗୋଖରା, ପ୍ରିୟ ଦର୍ଶିନୀ ଅର୍ଚ୍ଚନା ବାଗ, ଜନନୀ ମହାପାତ୍ର, ରାଇସିଂ ପ୍ରଧାନ, ମଣ୍ଡଳ ବୁଡ଼େକ ପ୍ରମୁଖ ସ୍ବର୍ଗତ ପୁଷ୍ପଲତା ନାଏକ ଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ଅବସରରର ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଶୋକବାର୍ତ୍ତା ପଠାଇ ଅଞ୍ଚଳବାସୀ ଜଣେ ଆଦର୍ଶ ଶିକ୍ଷୟିତ୍ରୀଙ୍କୁ ହରାଇଛନ୍ତି ବୋଲି କହିବା ସହ ତାଙ୍କ ଶିକ୍ଷା, ପ୍ରେରଣା ଓ ଅବଦାନ ସଦା ସର୍ବଦା ଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି l ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ପୁଷ୍ପଲତାଙ୍କ ସ୍ୱାମୀ ସାଗରଲାଲ ବାରିକ, ପୁତ୍ର ଚିକୁ ବାରିକ, ଅଙ୍କୁ ବାରିକ, ପୁତ୍ରବଧୂ ନମିତା, ନାତି ଆର୍ଜନଙ୍କ ସମେତ ସରକଣ୍ଡା ଗ୍ରାମବାସୀ, ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ଉପସ୍ଥିତ ଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ ପୁଷ୍ପଲତା ନାଏକ, 2006 ମସିହାରେ ଖେଳ ଶିକ୍ଷୟତ୍ରୀ ଭାବେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ଅତାବିରାରେ ଯୋଗଦାନ କରିଥିଲେ | ସେ ମିଷ୍ଟଭାଷୀ, ସ୍ନେହୀ ଓ ଛାତ୍ର ବତ୍ସଳ ଥିଲେ । ସେ ଛାତ୍ରୀମାନଙ୍କୁ ଜୀବନ ଗଠନର ପଥ ଦର୍ଶାଉଥିଲେ, ଉଚ୍ଚ ଲକ୍ଷ୍ୟ ଅର୍ଜନରେ ସାହାଯ୍ୟ କରୁଥିଲେ, ହୃଦ୍ ଘାତରେ ଆକ୍ରାନ୍ତ ହୋଇ ଅପରେସନ ହେବା ସତ୍ତ୍ବେ ବିଦ୍ୟାଳୟର କୌଣସି କାର୍ଯ୍ୟରେ ପଛଘୁଞ୍ଚା ଦେଉନଥିଲେ, ତାଙ୍କର କର୍ତ୍ତବ୍ୟ ଗୁଡ଼ିକୁ ଆନନ୍ଦର ସହ ତୁଳଉଥିଲେ । ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ – ଶିକ୍ଷୟତ୍ରୀ ତଥା କର୍ମଚାରୀମାନଙ୍କ ସହ ତାଙ୍କର ସମ୍ପର୍କ ଖୁବ୍ ନିବିଡ଼ ଥିଲା | ସେ ସମସ୍ତଙ୍କୁ ବହୁତ ଆଦର କରୁଥିଲେ । ତେବେ ଗତ ୯ ତାରିଖ ସୋମବାର ଦିନ ତାଙ୍କ ସରକଣ୍ଡା ଘରେ ପଡି ଯିବାରୁ ମୁଣ୍ଡରେ ଗଭୀର ଆଘାତ ପାଇ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ l 13 ତାରିଖ ଶୁକ୍ରବାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏପେଲୋ ହସ୍ପିଟାଲକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ନେଉଥିବା ବେଳେ ବାଟରେ ଦିନ ୧ ଟା ୧୫ ରେ ତାଙ୍କ ମୃତ୍ୟୁ ଘଟିଥିଲା l

