ଗମ୍ଭାରୀପାଲିରେ ମାଁ ମାହେଶ୍ୱରୀଙ୍କର ଷୋଡଶଦିନାତ୍ମକ ପୂଜା ଆରମ୍ଭ

0

ସରଣ୍ଡା, 25/9(ସଂସ୍କୃତି ମିଡ଼ିଆ )-ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ମାହେଶ୍ୱର ମନ୍ଦିରରେ ମା ମାହେଶ୍ୱରୀଙ୍କର ଷୋଡଶଦିନାତ୍ମକ ପୂଜା ମଙ୍ଗଳବାର ଦିନ ମୂଳାଷ୍ଟମୀ ତିଥିରେ ରାତ୍ର ୧୦ଟା ସମୟରେ ଆରମ୍ଭ ହୋଇଯାଇଛି l ପଣ୍ଡିତ ଶଶିଭୂଷଣ ଶତପଥିଙ୍କ ଦ୍ୱାରା ସକଳ୍ପ ପୂଜା କରାଯାଇଥିଲା l ମୁଖ୍ୟ ପୂଜକ ସନ୍ତୋଷ ମହାକୁରଙ୍କ ଦ୍ୱାରା ପୂଜାର୍ଚନା କରାଯାଇ ମା ମାହେଶ୍ୱରୀଙ୍କର ପ୍ରତୀକ ଶାଳକା ବାଡ଼ିଙ୍କୁ ଛତ୍ର ବୈରଗ ସହ ଘଣ୍ଟ ଶଙ୍ଖ ଓ ପଞ୍ଚବାଦ୍ୟର ତାଳେ ତାଳେ ସମସ୍ତ ସେବାୟତଙ୍କର ସହଯୋଗରେ ନିକଟସ୍ଥ ପୁଷ୍କରିଣୀକୁ ସ୍ନାନଯାତ୍ରା ପାଇଁ ନିଆଯାଇଥିଲା l ସ୍ନାନ ସାରି ଫେରିବା ସମୟରେ ଗାଁର ସମସ୍ତ ପଡ଼ାମାନଂକରେ ମା ମାହେଶ୍ୱରୀ ପୂଜା ପାଇଥିଲେ l ମକରଧ୍ଵଜ କର୍ମୀଙ୍କ ଦେହରେ ମା’ଙ୍କର ବରୁଆ ଆସିଥିଲେ l ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ସୁଶୀଲ ପ୍ରଧାନ, ସନ୍ତୋଷ ଥାଟି, ସୁନ୍ଦର ପ୍ରଧାନ, ଚମ୍ପେଶ୍ୱର ମାହାକୁର, ପ୍ରତୁଲ କର୍ଣ୍ଣ, ଜୟନ୍ତ କର୍ଣ୍ଣ, ସୁନୀଲ ପ୍ରଧାନ, ନନ୍ଦକାହ୍ନା ମାହାକୁର, ପ୍ରମୋଦ କର୍ଣ୍ଣ,ଲକ୍ଷ୍ମଣ ପ୍ରଧାନ, ଅମୁଲ୍ୟ ପ୍ରଧାନ, ବାବନ ବଘାର, ପ୍ରଫୁଲ୍ଲ ଖମାରୀ, ଗୋପାଳ ପ୍ରଧାନ,ବିଜୁ କର୍ମୀ, କୈବଲ୍ୟ ପ୍ରଧାନ, ରମେଶ ପର୍ଡିଆ ଓ କମିଟିର ସମସ୍ତ ସଦସ୍ୟଙ୍କ ସହ ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!