ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଚାଷୀ ମାନଙ୍କ ଆଲୋଚନା

0

ଭଟଲି,୧୬।୧୧(ସଂସ୍କୃତି ମିଡ଼ିଆ )-ଚାଷ ଏବଂ ଚାଷୀଙ୍କ ସହିତ ଜଡିତ ସରକାରଙ୍କ ଅନେକ ଲୋକାଭିମୁଖୀ ଯୋଜନାର ବିଷୟରେ ଭଟଲି ବ୍ଲକ ସ୍ଥିତ କୃଷି କାର୍ଯ୍ୟାଳୟ ଆଲୋଚନା ହୋଇଥିଲା । ଭଟଲି ବ୍ଲକ ସ୍ତରରେ କୃଷି , ଉଦ୍ୟାନକୃଷି, ପ୍ରାଣୀଧନ, ମସ୍ୟ, ମୃତ୍ତିକା ସଂରକ୍ଷଣ ଏବଂ ଜଳ ଛାୟା ବିଭାଗ ସହିତ ଚାଷୀ ମାନଙ୍କୁ ନେଇ ଆଲୋଚନା କରିବାକୁ ଗତ ଅକ୍ଟୋବର ୨୧ ତାରିଖରେ ଭଟଲି ବ୍ଲକ କାର୍ଯ୍ୟାଳୟରେ ଅନଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ସମୟରେ ଭଟଲି ବ୍ଲକ କୃଷକ ପରିବାର କୃଷକ ସଂଗଠନ ତରଫରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ଭଟଲି ବ୍ଲକ କୃଷିକାର୍ଯ୍ୟାଳୟ ଠାରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଟଲି ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରୁ ଚାଷୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ବିଷୟରେ ଚାଷୀ ମାନେ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ଅବଗତ ହୋଇଥିଲେ । ଏଥିରେ ଗୋଷ୍ଠି କୃଷି ଅଧିକାରୀ ଦେବାଶିଷ ଖମାରି, ପ୍ରାଣୀଧନ ବିଭାଗରୁ ଗୋଷ୍ଠି ପଶୁ ଚିକିତ୍ସା ଅଧିକାରୀ ଡା ଯତୀନ୍ଦ୍ର ମୋହନ ପଣ୍ଡା, ଉଦ୍ୟାନକୃଷି ବିଭାଗର ଅଙ୍କିତା ଦାସ, ମସ୍ୟ ପାଳନ ବିଭାଗର ପ୍ରଣଶ୍ରି, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିଭାଗର ନନ୍ଦକିଶୋର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ଆଲୋଚନା କରିଥିଲେ । କୃଷକ ପରିବାର କୃଷକ ସଂଗଠନର ଉପଦେଷ୍ଟା ଶଶିଭୂଷଣ ନାୟକ,ସଭାପତି ଥବିର ସାହୁ, ସମ୍ପାଦକ ଶାନ୍ତନୁ ମାଝୀ, କୋଷାଧକ୍ଷ ଅକ୍ଷୟ ସାହୁ, ସୁରେନ୍ଦ୍ର ଶେଖର ସାହୁ, ଦିଲ୍ଲୀପ ସାହୁ, ବିନୟ ସାହୁ, ପ୍ରେମଲାଲ ଭୁଏ, ସୁରଥ ସାହୁ, ହେମନ୍ତ ସାହୁ ସମେତ ଅନେକ ଚାଷୀମାନେ ଉପସ୍ଥିତ ଥିଲେ । ସମସ୍ତ ଚାଷୀମାନେ ଏପରି ଆଲୋଚନା ସଭାକୁ ପ୍ରଶଂସନୀୟ କାର୍ଯ୍ୟକ୍ରମ ବୋଲି ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । ଏହିପରି ବୈଠକ ବର୍ଷକୁ ଅନ୍ୟୁନ୍ୟ ଚାରି ଥର କରାଗଲେ ଚାଷୀ ମାନେ ଅନେକ ଯୋଜନା ବିଷୟରେ ଜାଣିପାରିବେ ବୋଲି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଚାଷୀ ମାନଙ୍କ ଆଲୋଚନାତ ସମୟରେ ମତ ପ୍ରକାଶ ପାଇଥିଲା l ଶେଷରେ କୃଷକ ପରିବାର କୃଷକ ସଂଗଠନର ସମ୍ପାଦକ ଶାନ୍ତନୁ ମାଝୀ ଧନ୍ୟବାଦ ଜଣାଇଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!