1987-88 ପି. ଇ. ଟି ତାଲିମ ଶିକ୍ଷକଙ୍କ ବନ୍ଧୁମିଳନ

ଅତାବିରା, 10/12(ସଂସ୍କୃତି ମିଡ଼ିଆ)-ତାରିଖ ଆଠ ବାର ଦୁଇ ହଜାର ଚୋବିଶ ରବିବାର ଦିନ ହୀରାକୁଦ ବନ୍ଧ ନେହେରୁ ମିନାର ଠାରେ ବୀର ସୁରେନ୍ଦ୍ର ସାଏ ଶାରୀରିକ ଶିକ୍ଷା ଓ ଯୋଗ ମହାବିଦ୍ୟାଳୟ ସମ୍ବଲପୁର ଠାରେ ପି. ଇ. ଟି ତାଲିମ ନେଇଥିବା ଉଣେଇଶ ସତାଶୀ ଅଠାଶୀ ବେଚ ଭାଇ ଭଉଣୀ ମାନଙ୍କର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବ ରେ ସାରା ଓଡିଶା ର ସମୁଦାୟ ସତୁରି ଜଣ ଭାଇ ଭଉଣୀ ଯୋଗ ଦେଇଥିଲେ l ଏହି ଉପଲକ୍ଷେ ବରିଷ୍ଠ କ୍ରୀଡା ଶିକ୍ଷକ ରବୀନ୍ଦ୍ର ତଣ୍ଡକାର ଙ୍କର ସଭାପତିତ୍ବ ରେ ଏକ ସଭା ର ଆୟୋଜନ କରା ଯାଇ ଥିଲା l ମଂଚାସୀନ ଥିଲେ ଅତିଥି ରୂପେ ପ୍ରତିଭା ହୋତା, ମନିରାମ ଓରାମ ଶାରୀରିକ ଶିକ୍ଷ!ତାଲିମ କେନ୍ଦ୍ର ର ବରିଷ୍ଠ କର୍ମଚାରୀ, ଓ ବରିଷ୍ଠ କ୍ରୀଡା ଶିକ୍ଷକ ଲକ୍ଷ୍ମଣ ନାଥ, ସମସ୍ତ ଅତିଥି ମାନଙ୍କୁ ଭଉଣୀ ମାନଙ୍କ ଦ୍ୱାରା ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ପ୍ରଥମେ ଇହଲୀଲା ସମ୍ବରଣ କରିଥିବା ବନ୍ଧୁ ମାନଙ୍କର ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇ ଦିବଂଗତ ଆତ୍ମା ର ସତଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା, ଅତିଥି ମାନେ ସମସ୍ତଙ୍କର ଆଶୁ ଆରୋଗ୍ୟ କାମନା କରି ଆଶୀର୍ବାଦ ଦେଇଥିଲେ ସମସ୍ତ ଭାଇ ଭଉଣୀ ତାଲିମ ସମୟର ପ୍ରାର୍ଥନା ଗୀତ ଓମ ଜୟ ଜଗଦୀଶ ଗାଇଥିଲେ ପରେ ସମସ୍ତ ଭାଇ ଭଉଣୀ ମାନେ ନିଜର ପରିଚୟ ଦେଲା ପରେ ତାଲିମ ସମୟର ଅନୁଭୂତି ଓ ବର୍ତମାନ ର ପରିବାର ଓ ଶିକ୍ଷକ ଜୀବନ ର ଅନୁଭୂତି ବାଣ୍ଟି ଥିଲେ l ଶେଷରେ ସମସ୍ତଙ୍କୁ ଉପଢୌକନ ପ୍ରଦାନ କରାଯାଇ ଥିଲା ଏବଂ ସମସ୍ତଙ୍କ ପାଇଁ ଭୋଜନ ର ବ୍ୟବସ୍ଥା କରାଯାଇଥିଲା l ଶ୍ରୀ ତ୍ରିଲୋକ୍ୟ ନାୟକ ବରିଷ୍ଠ କ୍ରୀଡା ଶିକ୍ଷକ ତଥା ପୂର୍ବତନ ଆ. ପି. ଇ ବରଗଡ ଜ଼ିଲ୍ଲା ଓ ବରିଷ୍ଠ କ୍ରୀଡା ଶିକ୍ଷକ ସରୋଜ କୁମାର ପୁରୋହିତ l ପରିଶେଷରେ ପ୍ରଭାକର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l