ବିଦ୍ୟୁତ କାଟିଲେ ଆନ୍ଦୋଳନ

ଭଟଲି, 21/12(ସଂସ୍କୃତି ମିଡ଼ିଆ)-ଆଜି ଭଟଲି ବଜାର ପ୍ରାଙ୍ଗଣରେ କୃଷକ ପରିବାର ତରଫରୁ ବିଦ୍ୟୁତ ବିଲ ଏବଂ ଧାନ ବିକ୍ରି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ଲାଇନ କାଟିଲେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସଭାପତି ଥବିର ସାହୁ ଙ୍କ ସଭାପତିତ୍ୱ ରେ ପ୍ରଥମେ ଗତ ବିଧାନସଭା ରେ ବିଭାଗୀୟ ବିଦ୍ୟୁତ ମନ୍ତ୍ରୀ କେ ପି ସିଂ ଦେଓ କହିଥିଲେ ଯେ ଗତ ବିଜେଡି ସରକାର 4 ହଜାର କୋଟି ଟଙ୍କା ରୁ ଉର୍ଦ୍ଧ୍ୱ ଛାଡ଼ କରିଥିବା ପ୍ରକାଶ କଲେ ଏବଂ ବର୍ତ୍ତମାନ କମ୍ପାନୀ ମାନେ 1096 କୋଟି ଟଙ୍କା ଦେଉ ନ ଥିବା କହିଛନ୍ତି। କମ୍ପାନୀ ମାନଙ୍କୁ ହଜାର ହାଜର କୋଟି ଟଙ୍କା ଛାଡ଼ କରୁଥିବା ବେଳେ ଚାଷୀ ମାନଙ୍କ ପାଇଁ କାହିଁକି ଏହି କଠୋର ନୀତି ବୋଲି ବକ୍ତା ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ହୀରାକୁଦ ଜଳସେଚନ ର ପୁନଃଦ୍ଧାର ପାଇଁ 855 କୋଟି ଟଙ୍କା ଦେଇ ସରକାର କେନାଲ ମରାମତି କରିବେ। ଅଣ ଜଳସେଚିତ ର ଚାଷୀ କାହିଁକି ସାବତ ପୁଅ ହେବ ଏଣୁ ଗଭୀର ନଳ କୂପ ଜରିଆରେ ଜଳସେଚନ ବ୍ୟବସ୍ଥା ମଧ୍ୟ ସରକାର ବହନ କରିବା କଥା ଯଦି ସରକାର ବହନ ନ କରିବେ ତାହାହେଲେ ଚାଷୀ ଚାଷ କରିବା ଦୁଃସହ ହୋଇଯିବ। ଆଜିର ବୈଠକ ରେ ଯାହାର ପାଖରେ ଟଙ୍କା ଅଛି ଦେଇପାରେ କିନ୍ତୁ ବାଧ୍ୟ୍ୟବାଧକତା ଲାଇନ ବିଲ ଅସୁଳି କୁ ଗ୍ରହଣ କରାଯିବ ନାହିଁ ଏବଂ ଦରକାର ପଡିଲେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକ ରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର, ବାରପାହାଡ଼ କୃଷକ ସଂଗଠନ ସଭାପତି ଈଶାନ୍ତ ଭୋଇ ସହିତ ଭଟଲି ବ୍ଲକ କୃଷକ ସଂଗଠନ ର ଶାନ୍ତନୁ ମାଝୀ, ସୁରେନ୍ଦ୍ର ସାହୁ, ଦିଲ୍ଲୀବ ସାହୁ, ବିନୟ ସାହୁ, ହେମନ୍ତ ସାହୁ, ଅନନ୍ତ ଖମାରି, ଅକ୍ଷୟ ପଧାନ, ସୁରଥ ସାହୁ, ସଂଜୀବ ନାୟକ, ଅରୁଣ ମୁନା, ପିଣ୍ଟୁ ପଟେଲ ଗଙ୍ଗାରାମ ଭୁଏ, କ୍ଷୀରୋଦ୍ର ସାହୁ