ବିଧାୟକ ବାଣ୍ଟିଲେ ୪୪୨ଜଣ ନୂତନ ହିତାଧୀକାରୀଙ୍କୁ ଭତ୍ତା 

0

ଭଟଲି,୨୧।୧୨(ସଂସ୍କୃତି ମିଡ଼ିଆ)-ଆଜି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓଡିଶା ସରକାରଙ୍କ ପେନସନ ଯୋଜନାରେ ୪୪୨ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଗଲା । ଏଥିରେ ୬୬ ଜଣ ବିକଳାଙ୍ଗ, ୫ ଜଣ ସ୍ବାମୀ ପରିତ୍ୟକ୍ତା/ ଛାଡପତ୍ର ପାଇଥିବା ମହିଳା, ୨୧୮ ଜଣ ବାର୍ଦ୍ଧକ୍ୟ ଭତ୍ତା, ୭୫ ଜଣ ଅବିବାହିତ ମହିଳା ମହିଳା ଏବଂ ୭୮ ଜଣ ହିତାଧକାରୀଙ୍କୁ ବିଧବା ଭତ୍ତା ପ୍ରଦାନ କରାଯାଇଥିଲା। ଏହି ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ଭତ୍ତା ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ଜିଲ୍ଲା ପରିଷଦ ସଭ୍ୟ ଈଶ୍ୱର ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ପଧାନ, ଅଚ୍ୟୁତ ବୁଧିଆ, ଅକ୍ଷୟ ସାହୁ, ବାଳକୃଷ୍ଣ ସାହୁ, ବିରୁପାକ୍ଷ ପଧାନ, ପ୍ରତାପ ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମହିମା ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯକ୍ରମରେ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ । ଏଥିରେ ବ୍ଲକର ସମସ୍ତ ୧୬ ଗୋଟି ପଞ୍ଚାୟତରୁ ହିତାଧୀକାରୀ ମାନେ ଯୋଗ ଦେଇଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!