ବାର୍ଷିକ କ୍ରୀଡ଼ା ଉତ୍ସଵ “ଉଡାନ” ଉଦଯାପିତ

ଭଟଲି,୨୧।୧୨(ସଂସ୍କୃତି ମିଡ଼ିଆ )- ଭଟଲି ନିବେଦିତା ପବ୍ଲିକ ସ୍କୁଲ ସୁକୁଡା ପରିସର ଠାରେ ୧୪ତମ ବାର୍ଷିକ କ୍ରୀଡ଼ା ଉତ୍ସଵ “ଉଡ଼ାନ” ଉଦଯାପିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନେ ସୁକୁଡ଼ା ଶ୍ୟାମା କାଳୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ମଶାଲ ଶୋଭାଯାତ୍ରାରେ ସ୍କୁଲରେ ପହଞ୍ଚିଥିଲେ । ଉଦଘାଟନୀ ଉତ୍ସବରେ ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଖେଳ ଶିକ୍ଷକ ହିମାଂଶୁ ଶେଖେର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶିକ୍ଷୟତ୍ରୀ ମଧୁଲିକା ଅଗ୍ରୱାଲଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ସ୍କୁଲ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ସାହୁ, ସମ୍ପାଦକ ବିରୁପାକ୍ଷ ପଧାନ, ସଞ୍ଜୟ କୁମାର ପ୍ରଧାନ, ପ୍ରିୟଦତ୍ତ ପଣ୍ଡା, ମାଧବ ପ୍ରସାଦ ସାହୁ ଏବଂ ମହମ୍ମଦ ଇଲିଆସ୍ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ବିଦ୍ୟାଳୟ ଶିକ୍ଷା ସହିତ କ୍ରୀଡ଼ାର ଆବଶ୍ୟକତା ଉପରେ ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। କ୍ରୀଡ଼ା ଶିକ୍ଷକ ଗୁପ୍ତେଶ୍ୱର ସାହୁଙ୍କ ତତ୍ଵାବଧାନରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସ୍ତରରେ ଉଚ୍ଚଡିଆଁ, ଲମ୍ବଡିଆଁ, ଦୌଡ଼, ସର୍ଟଫୁଟ୍, ଡିସ୍ କସ୍, ରସି ଡ଼ିଆଁ, ବେଲେନ୍ସ ରେସ, ଜେଭଲିନ୍ ଥ୍ରୋ ସହିତ ଅଭିଭାବକ ମାନଙ୍କ ମଧ୍ୟରେ ଦୌଡ଼ ଏବଂ ମ୍ୟୁଜିକାଲ୍ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସଵରେ ସମାଜସେବୀ ଅଲ୍ଲାଦିନି ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାକର ପଟେଲ, ବିରୁପାକ୍ଷ ପଧାନ ଏବଂ ପ୍ରିୟଦତ୍ତ ପଣ୍ଡା ଉପସ୍ଥିତ ଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ସମେତ କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ।