ଅମଲିପାଲି ସ୍କୁଲର ବାର୍ଷିକ ଉତ୍ସବ ‘ମହକ’ ସମ୍ପର୍ଣ୍ଣ

0

ଅତାବିରା , 21/12(ସଂସ୍କୃତି ମିଡ଼ିଆ) ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଅମଲିପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ “ମହକ” ଶୁକ୍ରବାର ସନ୍ଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ପ୍ରବୀନା ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତାବିରା ନିର୍ବାଚନମଣ୍ଡଳୀର ବିଧାୟକ ନିହାର ରଞ୍ଜନ ମହାନନ୍ଦ, ସମ୍ମାନୀତ ଅତିଥି ଭାବେ ଅବସପ୍ରାପ୍ତ କଲେଜ ଅଧ୍ୟକ୍ଷ ବିହାରୀ ବାଗ, ଅମଲିପାଲି ସରପଞ୍ଚ ସୁନନ୍ଦା ବିଶ୍ବାଳ, ତେଜାଗୁଲା ହାଇ ସ୍କୁଲ୍ ଶିକ୍ଷକ ଚନ୍ଦ୍ରକାନ୍ତ ସାହୁ, ଅବସରପ୍ରାପ୍ତ ଶିକ୍ଷକ କର୍ଣ୍ଣ ପ୍ରଧାନ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଅଶୋକ କୁମାର ସାହୁ, ,ପୁରାତନ ଛାତ୍ର ରମାକାନ୍ତ ବିଶ୍ବାଳ, ପ୍ରଦୀପ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବରେ ବିଗତ ଶିକ୍ଷାବର୍ଷ ୨୦୨୩-୨୪ ମ୍ୟାଟ୍ରିକ ପରୀକ୍ଷାରେ ବିଦ୍ୟାଳୟରେ ଟପ୍ପର ହୋଇଥିବା ଛାତ୍ରୀ ଦିପ୍ତିମୟୀ ମାଝୀଙ୍କୁ ସମ୍ମାନୀତ କରାଯାଇଥିଲା ।

ଏହି ଅବସରରେ ବାର୍ଷିକକ୍ରୀଡା ପ୍ରତିଯୋଗିତାରେ ବିଭିନ୍ନ ବିଭାଗରେ ଚମ୍ପିଆନ୍ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ମହେଶ ଭୁଏ, ଶୃତିମୟୀ ମାଝୀ, ମୌସମ ବାଗ, ଡୋଲେଶ୍ୱରି ରଣା, ଉତ୍କର୍ଷ ବିଶ୍ଵାଳ, ଅଙ୍କିତା କୁମ୍ଭାର, ଆଦର୍ଶ ଖଡିଆ, ସବ୍ୟା ବାଗ ଆଦିଙ୍କୁ ଟ୍ରଫି ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା l

ଶିକ୍ଷକ ରବୀନ୍ଦ୍ରନାଥ ଭୋଇ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ଜିତୁ ମହାନନ୍ଦ, ଶିକ୍ଷୟିତ୍ରୀ ଗୀତା ପଧାନ ଏବଂ ଶିକ୍ଷକ ସଞ୍ଜୟ କୁମାର ଭୋଇ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ। ଶିକ୍ଷକ ରିକୁନାଥ ଦାସ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ଗିରିଜା ପ୍ରଧାନ, ରିତା ପ୍ରଧାନ, ଶିକ୍ଷକ ଗୁଣମଣି ଲୁହା, ରାକେଶ ଧରୂଆ, ଶିକ୍ଷୟିତ୍ରୀ ସଞ୍ଜୁ ଭୁଏ ଓ ରଞ୍ଜିତା ଭୋଇ ପ୍ରମୁଖ ସହଯୋଗ କରିଥିଲେ।

ଛାତ୍ରୀଛାତ୍ରଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ ଖୁବ୍ ଆନନ୍ଦ ଦାୟକ ଥିଲା। ଫୁଲର ମହକରେ ଚତୁର୍ଦ୍ଦିଗ ମହକି ଉଠିଲା ଭଳି ପିଲାମାନଙ୍କ ଅନ୍ତର୍ନିହିତ କଳାରେ କାର୍ଯକ୍ରମଟି ଉତ୍ସବ ମୁଖର ହୋଇପଡ଼ିଥିଲା।

ବିଦ୍ୟାଳୟ ପରିଚାଳନା କମିଟିର ତୁଲାରାମ୍ ପଟେଲ, ମଧୁସୂଦନ ରଣା, ଶଶିମୁଖି ସାହୁ, ସୌଦାମିନୀ ଭୂଏ , ଗିରିଜା ଏସ ଏଚ ଜି ର ସଦସ୍ୟା ଓ ଛାତ୍ରୀଛାତ୍ର ବୃନ୍ଦ ଉତ୍ସବକୁ ସହଯୋଗ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!