ମାତୃପୁରୀର ୨୮ତମ ବାର୍ଷିକ ଉତ୍ସବ ” ଉତ୍ସାହ – ୨୦୨୪-୨୫ ” ଉଦଯାପିତ

ଅତାବିରା , 22/12(ସଂସ୍କୃତି ମିଡ଼ିଆ )- ବରଗଡ ଜିଲା ଅତାବିରା ଏନ. ଏ. ସି. ଅନ୍ତର୍ଗତ ଲାଦରପାଲିସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୮ତମ ବାର୍ଷିକ ଉତ୍ସବ “ଉତ୍ସାହ” ଶନିବାର ରାତ୍ରିରେ ଅନୁଷ୍ଠିତ ହୋଇ ଯାଇଛି l ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଠାରେ ଦୀପ ପ୍ରଜ୍ବଳନ ପରେ ସାମୂହିକ ଧ୍ୟାନ ଓ ମାତୃବନ୍ଦନା ପରେ ସଭାପତି ଶେଷଦେବ ନାଏକଙ୍କ ସଭାପତିତ୍ଵ ରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇ ଥିଲା।l କଳା ଓ ସାଂସ୍କୃତିକ ପରିଷଦ ମତୃପୁରୀ ର ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା l ଶିକ୍ଷକ ନିରଞ୍ଜନ ପସାୟତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବବ୍ରୁବାହନ ମିଶ୍ର ମଞ୍ଚ ପରିଚାଳନା କରିଥିଲେ l ପ୍ରଥମ ଅଧିବେଶନରେ ଏନ. ଏ. ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁ, ଚାପଧାରି ସିଂ, ସୁବୋଧ ଚନ୍ଦ୍ର ବାରିକ, ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ ଓ ଅଧ୍ୟକ୍ଷ ଟିକେଲାଲ ଚାନ୍ଦ ମଞ୍ଚାସିନ ଥିଲେ l ଏହି ଅବସରରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ l ଶେଷଦେବ ନାଏକ ଙ୍କ ସଭାପତିତ୍ବ କ୍ରମେ ଏହି ଉତ୍ସବରେ ଦ୍ଵିତୀୟ ଅଧିବେଶନରେ ସରୋଜ କୁମାର ରଥ ସ୍ବାଗତ ଭାଷଣ ଦେଇଥିଲେ ଅଧ୍ୟକ୍ଷ ଟିକେଲାଲ ଚାନ୍ଦ ବାର୍ଷିକ ବିବରଣୀ ପଠନ କରିଥିଲେ l ଏହି ଅଧିବେଶନରେ ଅତିରିକ୍ତ ଜିଲ୍ଲାପାଳ ବରଗଡ଼ ମଧୁଛନ୍ଦା ସାହୁ, ସୁରେନ୍ଦ୍ର ହୋତା, ଜୋନାଲ ମୁଖ୍ୟ TPWODL , BARGARH ଅରୁଣ କୁମାର ହୋତା , ମନୋରଞ୍ଜନ ମିଶ୍ର ଡାଇରେକ୍ଟର ପିନାକଲ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍, ସମ୍ବଲପୁର ପ୍ରମୁଖ ମଞ୍ଚାସୀନ ହୋଇଥିଲେ l
ଦଶମ ଶ୍ରେଣୀ ପରୀକ୍ଷାରେ ସମଗ୍ର ଓଡ଼ିଶା ରାଜ୍ୟରେ ପ୍ରଥମ ହୋଇଥିବା ଛାତ୍ର ଶୁଭଙ୍କର ସାହୁଙ୍କୁ “ସମାଜ ସେବୀ ବିପିନ ବିହାରୀ ପ୍ରଧାନ ସ୍ମୃତି-ସମ୍ମାନ” ରେ ସମ୍ମାନିତ କରାଯାଇଥିଲା l ମେଡିକାଲ ପରୀକ୍ଷାରେ କୃତୀ ଅଗ୍ରଦୂତ ଛାତ୍ରୀଛାତ୍ର ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଯତୀନ୍ଦ୍ର ପ୍ରଧାନ, ବେଷ୍ଟ ରେଗୁଲାର ଶିକ୍ଷକ ଭାବରେ ଜୟଶ୍ରୀ ପ୍ରଧାନ ଓ ସୁଶ୍ରୀ ଶିଖା ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବବ୍ରୁବାହନ ମିଶ୍ର, ଯୁଗଳ କିଶୋର ସାହୁ, ହେମସାଗର ବାରିକ, ଗିରିଜା ସାହୁ ପ୍ରମୁଖଙ୍କ ପରିଚାଳନା ରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ୩୦୦ ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା l
କାର୍ଯ୍ୟକ୍ରମ ପରିଚାଳନାରେ ରତନ ଦୀପ, ମାନସ ଦାନୀ, ରାମଚନ୍ଦ୍ର ପଧାନ, ଧର୍ମରାଜ ସାହୁ, ମାନସ ଭୋଇ, ଗଜେନ୍ଦ୍ର ବାଗ, ସୁନିଲ ଖମାରୀ, ମୋନାଲିସା ବିଶ୍ଵାଳ, ଆଦିତ୍ୟ ମିଶ୍ର, ଅମ୍ରିତା ବାରିକ, ଲୋପାମୁଦ୍ରା ପ୍ରଧାନ, ଜୟଶ୍ରୀ ପ୍ରଧାନ, ସୁଶ୍ରୀ ସୁନୀତି ଭୋଇ, ଏକାଦଶିଆ ସାହୁ, ସୁଦୀପ ସାହୁ, ହେମାନନ୍ଦ ଭୋଇ ପ୍ରମୁଖ ସହଯୋଗ କରିଥିଲେ l ପରିଚାଳନା କମିଟୀର ଜୟପ୍ରକାଶ ଅଗ୍ରୱାଲ, ଭରତ ଚୌହାନ, ଖେଦୁ ପ୍ରଧାନ, ସୁଶ୍ରୀ ପ୍ରଧାନ, ସୁସ୍ମିତା ମିଶ୍ର, ବିନୋଦ ବିହାରୀ ପ୍ରଧାନ, ଉପେନ୍ଦ୍ର ମହାକୁର ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, କର୍ମଚାରୀ ଓ ଅଭିଭାବକ ମାନଙ୍କର ସହଯୋଗ କରିଥିଲେ l ପରିଶେଷରେ ଯତୀନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ସହ କୃତଜ୍ଞତା ପ୍ରଦାନ କରିଥିଲେ l