କୋଶଳ ସ୍କୁଲର 45 ତମ ବାର୍ଷିକ ଉତ୍ସବ //  ବିଦ୍ୟାଳୟ ନୀତି ଶିକ୍ଷା ତଥା ନୈତିକତାକୁ ଗୁରୁତ୍ୱାରୋପ

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 32768;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 34;


ଅତାବିରା,24/12(ସଂସ୍କୃତି ମିଡ଼ିଆ) – ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ନୂଆଁ ଖଇରପାଲି ସ୍ଥିତ କୋଶଳ ସ୍କୁଲର 45 ତମ ବାର୍ଷିକ ଉତ୍ସବ ସୋମବାର ମହାସମାରୋହରେ ପାଳିତ ହୋଇଯାଇଛି l ସ୍କୁଲର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ବେହେରାଙ୍କ ସଭାପତିତ୍ୱରେ ତଥା ଶିକ୍ଷୟିତ୍ରୀ ଗୋପାଳୀ ଚାଟର୍ଜି ଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଭାଇସ ଚେୟାରମ୍ୟାନ ପୁଟା ରାମା ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ କାର୍ଯ୍ୟକାରୀ ସଦସ୍ୟ ପି . ସୁରୁବାବୁ,ଭି . ସତ୍ୟନାରାୟଣ ମୂର୍ତ୍ତି, କେ . ସୁନିତା ଜି . ରଙ୍ଗା ରାଓ, ନିର୍ଦ୍ଧେଶକା ନଳିନୀ ପଟ୍ଟନାୟକ, ଅତିରିକ୍ତ ନିର୍ଦ୍ଧେଶକା ମଧୁ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ l ପ୍ରଥମେ ଦୀପ ପ୍ରଜ୍ଜଳନ କରି ଉତ୍ସବ ଉଦଘାଟନ କରାଯାଇଥିଲା l

ସ୍କୁଲର ଛାତ୍ରୀଛାତ୍ର ମାନେ ପ୍ରାରମ୍ଭିକ ଓ ଉଦଯାପନୀ ସଂଗୀତ ଗାନ କରିଥିଲେ l ନିର୍ଦ୍ଧେଶକା ନଳିନୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ବାର୍ଷିକ ବିବରଣୀ ପାଠ କରିଥିଲେ l ଜାତୀୟ ଶିକ୍ଷାନୀତି 2020 ବିଷୟରେ ସେ ସମସ୍ତଙ୍କୁ ଅବଗତ କରିଥିଲେ l ‘ବର୍ତ୍ତମାନର ଛାତ୍ରୀଛାତ୍ର ପୀଢ଼ି ବିଜ୍ଞାନ, ଗଣିତ, ସାଧାରଣ ଭାଷା ସାହିତ୍ୟ ବ୍ୟତୀତ ଯେଉଁ ନୂତନ ପ୍ରଯ୍ୟୁକ୍ତି ବିଦ୍ୟା ସବୁ ଧୀରେ ଧୀରେ ଆସୁଛି ତାହା ସହିତ ସେମାନେ କିପରି ନିଜକୁ ନିଯୋଜିତ କରିପାରିବେ ପରବର୍ତ୍ତୀ ଅବସ୍ଥାରେ ଆଗକୁ ଯାଇପାରିବେ l ବର୍ତ୍ତମାନ ସମସ୍ତେ ପଢିବା ସମୟରେ ସାଧାରଣତଃ ଶତ ପ୍ରତିଶତ ରଖିବାରେ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ଏବେ ପ୍ରତିଯୋଗିତା ମୂଳକକୁ ବେଶୀ ଗୁରୁତ୍ୱ ଦିଆଯାଇଛି l ଏହି ବାବଦରେ କରାଯାଇଥିବା ବିଜ୍ଞାନ ମେଳାରେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ l ଯେଉଁଥିରେ କି ଶ୍ରେଣୀ ପଢ଼ାଯାଉଥିବା ପାଠ ଠୁଁ କାର୍ଯ୍ୟାତଃ କେମିତି ନିଜର ଜ୍ଞାନ କୋଶଳ ପ୍ରାଯୋଗାତ୍ମକ ଭାବରେ ପ୍ରଯୋଗ କରିପାରିବେ ତାହାର ଏକ ନିଦର୍ଶନ ଥିଲା l ଏତତ ବ୍ୟତୀତ ବର୍ତ୍ତମାନ ଚଳିତ ସମାଜରେ ନୈତିକତାର ଅଧୋଗତି ହେଉଥିବା ବେଳେ ବିଦ୍ୟାଳୟ ନୀତି ଶିକ୍ଷା ତଥା ନୈତିକତାକୁ ଗୁରୁତ୍ୱ ଦେଇ ଆସୁଛି l ବିଦ୍ୟାଳୟ କହିଲେ ଶିକ୍ଷକ ଓ ଛାତ୍ରଙ୍କୁ ବୁଝାଏ ନାହିଁ ବିଦ୍ୟାଳୟକୁ ଛାତ୍ର ଶିକ୍ଷକ ଓ ସର୍ବୋପରି ଅଭିଭାବକମାନଙ୍କର ସମାହାର ସହ ସମାଜ ସତ୍କାରୀ ଲୋକଙ୍କ ଯୋଗଦାନ ରହିବ ତେବେ ଆମେ ଉଚ୍ଚସ୍ତରୀୟର ବିଦ୍ୟାଳୟରେ ଛାତ୍ର ମାନଙ୍କର ଚରିତ୍ର ଗଠନ କରିବା ସହିତ ତାଙ୍କ ଭବିଷ୍ୟତକୁ ଉଜ୍ଜଳମୟ କରି ଭବିଷ୍ୟତ ବାଟ ଦେଖାଇ ପାରିବା’ ବୋଲି ଅଧ୍ୟକ୍ଷ ରବୀନ୍ଦ୍ର ନାଥ ବେହେରା ତାଙ୍କ ଅଭିଭାଷଣରେ ରଖିଥିଲେ l ଦଶମ ବୋର୍ଡ ପରୀକ୍ଷାରେ କୃତୀତ୍ୱ ହାସଲ କରିଥିବା ଏମ ସହାଶ୍ରା (92.8%), ସୋହମ ସ୍ୱରୂପ ସାହୁ (91%) ଏବଂ ଏମ. ଗୋକୁଳ ଧୀରଜ (90.6%) ଙ୍କ ସମେତ ସମସ୍ତ ଶ୍ରେଣୀ ଟପର ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l

ଛାତ୍ରୀଛାତ୍ରମାନଙ୍କ ଦ୍ୱାରା 27 ପ୍ରକାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଶେଷରେ ଶିକ୍ଷକ ଉପେନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!