ନୁଆଁଗଡ ଶ୍ରୀକୃଷ୍ଣ ରାସଲୀଳା ମହୋତ୍ସବ : କାଳୀୟ ଦଳନ

ଭଟଲି,୨୫।୧୨(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଭଟଲି ବ୍ଲକ ନୂଆଁଗଡ ଶ୍ରୀକୃଷ୍ଣ ରାସଲୀଳା ମହୋତ୍ସବ ଅବସରରେ ଗୋପପୁର ଯମୁନା ନଦୀରେ କାଳୀୟ ଦଳନ ଅନୁଷ୍ଠିତ ହୋଇଥିଲା। ରାଧାକୃଷ୍ଣଙ୍କ ନାବକେଳି ଖୁବ୍ ମନମୁଗ୍ଧକର ହୋଇଥିଲା। କୃଷ୍ଣ ବଳରାମଙ୍କୁ କଲେ ବଳେ କୌଶଳେ ନିଧନ କରିବା ପାଇଁ କଂସ ମିତ୍ର ରାଜା ମାନଙ୍କୁ ନେଇ ରଙ୍ଗସଭାର ଆୟୋଜନ କରିଥିଲେ । ସମସ୍ତଙ୍କ ପରାମର୍ଶ କ୍ରମେ ମଥୁରା ନଗରୀରେ ଧନୁଯାତ୍ରା ଆୟୋଜନ କରିବା ପାଇଁ କଂସ ସ୍ଥିର କରିଥିଲେ। ମହାରାଜ ଉଗ୍ରସେନଙ୍କ ପୁରୁଣା ମନ୍ତ୍ରୀ ଅକ୍ରୁରଙ୍କୁ ବନ୍ଦୀ ଶାଳରୁ ମୁକ୍ତକରି ରାମକୃଷ୍ଣଙ୍କୁ ଛଳନା କ୍ରମେ ଗୋପପୁରରୁ ନିମନ୍ତ୍ରଣ ପାଇଁ ପ୍ରେରଣ କରିଥିଲେ। କଂସର ରାଜ ଅତିଥି ଭାବରେ ଥାନାଧିକାରୀ ବିଭୁତି ଭୁଷଣ ଦଲେଇ, ବ୍ୟବସାୟୀ ମନୋଜ ଅଗ୍ରୱାଲ, ରାହୁଲ ଭଞ୍ଜ ଏବଂ ସୋନୁ ଯୋଗ ଦେଇଥିଲେ। ମଞ୍ଚରେ ଭଦ୍ରକରୁ ଆସିଥିବା ଉତ୍କଳ ମ୍ୟୁଜିକ୍ ଇନଷ୍ଟିଚ୍ୟୁଟର କଳାକାର ମାନେ ନୃତ୍ୟ ଏବଂ ରାଇଶୋଭା ସେବାଶ୍ରମର ଛାତ୍ରଛାତ୍ରୀଙ୍କ ମାନେ ଘୁଡୁକା ନାଚ ପରିବେଷଣ କରିଥିଲେ । ଏହାସହିତ ସଂଚାର, କୃଷ୍ଣଗୁରୁ ଭଜନ ଓ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ମହୋତ୍ସବ କମିଟି ସଭାପତି ମାନଭଞ୍ଜନ ସାହୁ, ସମ୍ପାଦକ ସବ୍ୟସାଚୀ ବାରିକ, କୋଷାଧ୍ୟକ୍ଷ ଧନମାଲି ଖମାରୀ ଏବଂ ଶ୍ୟାମଲ ପଶାୟତଙ୍କ ତତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଆୟୋଜକ ଗୋଷ୍ଠୀର ଇନ୍ଦ୍ରଜିତ ସାହୁ, ସୁରେନ୍ ସା, ଡିଲେଶ୍ୱର ସା, ନାରଦ ପଧାନ, ଦିଗାମ୍ବର ପଶାୟତ, ସୁମନ୍ତ ସାହୁ, ଅରକ୍ଷିତ ସାହୁ, ଅଲେଖ ପଧାନ ପ୍ରମୁଖ ସଦସ୍ୟମାନେ ସହଯୋଗ କରିଥିଲେ l