ଗାଁ ସାଥୀଙ୍କ ଜରୁରୀ ବୈଠକରେ ନୂତନ କର୍ମକର୍ତ୍ତା ଚୟନ.

ସରଣ୍ଡା, 26/12(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ପଞ୍ଚାୟତ ହାଇସ୍କୁଲ ପଡିଆରେ ଗୁରୁବାର ବ୍ଲକସ୍ତରୀୟ ଗାଁ ସାଥୀଙ୍କ ଏକ ଜରୁରୀ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି l ସର୍ବସମ୍ମତିକ୍ରମେ 2008 ବ୍ୟାଚ ଗାଁ ସାଥୀଙ୍କ ଏକ ତାଲିକା ପ୍ରସ୍ତୁତ ପାଇଁ ସ୍ଥିରୀକୃତ କରାଯାଇଥିଲା l ନୂତନ କର୍ମକର୍ତ୍ତା ଚୟନରେ ସଭାପତି ଭାବରେ ମୀନକେତନ ସୂର୍ଯ୍ୟଲ, ଉପ ସଭାପତି ଭାବେ ଜୟକୃଷ୍ଣ ମେହେର, ସମ୍ପାଦକ ଭାବେ ପ୍ରହଲ୍ଲାଦ ମହାକୁର, ସହ ସମ୍ପାଦକ ଭାବେ ପ୍ରଫୁଲ୍ଲ ମେହେର, କୋଷାଧ୍ୟକ୍ଷ ଭାବେ ଚୈତନ୍ୟ ବିଶି ଙ୍କୁ ମନୋନୟନ କରାଯାଇଛି l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କେ. ମନିକା, ସୁଶୀମ କୁମାର ପାଣ୍ଡେ, ସଦାଶିବ ଭୋଇ, ଗଙ୍ଗାଧର ଠେଲା, ମକରଧ୍ଵଜ ବେହେରା ପ୍ରମୁଖ ଯୋଗ ଦେଇଥିଲେ l