ଦଧିବାମନ ମହାବିଦ୍ୟାଳୟର ୧୯୯୪ବ୍ୟାଚ୍ ର ବନ୍ଧୁ ମିଳନ 

0

ଦଧିବାମନ ମହାବିଦ୍ୟାଳୟର ୧୯୯୪ବ୍ୟାଚ୍ ର ବନ୍ଧୁ ମିଳନ

ଭଟଲି, 27/12(ସଂସ୍କୃତି ମିଡ଼ିଆ )-ଅଦ୍ୟ ତା ୨୭/୧୨/୨୦୨୪ ଶୁକ୍ରବାର ଦିନ ବରଗଡ଼ ଜିଲ୍ଲା ଭଟଲି ଶ୍ୟାମ ବିହାରୀ ମନ୍ଦିର ର ଉଦ୍ୟାନରେ ଦଧିବାମନ ମହାବିଦ୍ୟାଳୟ ଭଟଲି ୧୯୯୪ ବ୍ୟାଚ୍ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରଦୀପ ଅଗ୍ରୱାଲା, ହିରାଲାଲ ଡନସନା,ସ୍ଵାଧୀନ କୁମାର ସାହୁ,ମନବୋଧ ନାୟକ, ରଞ୍ଜୁଲତା ମିଶ୍ରଙ୍କ ଯୋଗାଯୋଗରେ ଓ ପ୍ରଦୀପ ଅଗ୍ରୱାଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭଟଲି,ଆମ୍ବଭୋନା, ଅତାବିରା,ବିଜେପୁର ବ୍ଲକର ( ଦଧିବାମନ ମହାବିଦ୍ୟାଳୟରେ ପଢୁଥିବା) ଛାତ୍ରଛାତ୍ରୀ ଙ୍କର ବନ୍ଧୁ ମିଳନ ହୋଇଯାଇଛି। ସାନନ୍ଦ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ। ଦୀର୍ଘ ତିରିଶି ବର୍ଷ ପୂର୍ବର ସାଙ୍ଗ ସାଥି ଙ୍କୁ ଦେଖି ସମସ୍ତେ ଆନନ୍ଦରେ ବିଭୋର ହୋଇଥିଲେ । ପାରମ୍ପରିକ ଜଳଖିଆ ରେ ସାନନ୍ଦ ସାହୁରବୁରୋ,କୁଶେର,ଚନା,ମୁଗଫଲି ସମସ୍ତଙ୍କୁ ଭଲ ଲାଗିଥିଲା । ଶ୍ୟାମ ବିହାରୀ ଭଗବାନଙ୍କ ଦର୍ଶନ କରି ସମସ୍ତଙ୍କ ପରିଚୟ,ପରିବାର ବିଷୟରେ ଆଲୋଚନା କରାଯାଇ ଥିଲା । ମଧ୍ୟାହ୍ନରେ ମନ୍ଦିରର ଅନ୍ନ ଭୋଗ ସେବନ କରାଯାଇଥିଲା ।ଭୋଜନ ପରେ ସଭାରେ ଆସନ୍ତା ବର୍ଷ ସମସ୍ତଙ୍କ ପରିବାରକୁ ନେଇ ବନ୍ଧୁ ମିଳନ ଓ ଭୋଜି କରିବାପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ସଦାନନ୍ଦ ବାରିକ, ସୁବ୍ରତ ସାହୁ,ଦୂର୍ବଦଳ ସାହୁ,ଦୟାନିଧି ବେହେରା, ଦେବାନନ୍ଦ ପଧାନ,ପଦ୍ମାବତୀ ପଧାନ, ପଦ୍ମିନୀ ଭୋଇ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କ ତରଫରୁ ସ୍ବାଧିନ କୁମାର ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ପ୍ରଦୀପ ଅଗ୍ରୱାଲ ବନ୍ଧୁ ମିଳନ ର ଯୋଗାଯୋଗ, ଖାଦ୍ୟପେୟ ର ବ୍ୟବସ୍ଥା କରିଥିବାରୁ ପ୍ରଦୀପ ଅଗ୍ରୱାଲଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!