ଡ଼ା. ଅରୁପା ନନ୍ଦ ସାହୁ ଭାଜପା ବରଗଡ଼ ଜିଲା ସଭାପତି ମନୋନୀତ 

0

ବରଗଡ଼, 25/1(ସଂସ୍କୃତି ମିଡ଼ିଆ)- ଭାରତୀୟ ଜନତା ପାର୍ଟି ରାଜ୍ୟରେ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି l ଏହି ପରିପ୍ରେକ୍ଷୀରେ ଭଜପାର ବରଗଡ ଜିଲ୍ଲା କାର୍ଯ୍ୟାଳୟଠାରେ ଚଳିତ ସଂଗଠନ ପର୍ବ ର ଶେଷ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ରାଜ୍ୟ ତରଫରୁ ବରିଷ୍ଠ ନେତ୍ରୀ ସବିତା ନନ୍ଦ DRO ପ୍ରତିନିଧି, ଶଶୀଭୁଷଣ ପୁରୋହିତ ରାଜ୍ୟ ପର୍ଯ୍ୟବେକ୍ଷକ ଭାବରେ ଏବଂ ଭଟଲି ବିଧାୟକ ମାନ୍ୟବର ଶ୍ରୀମାନ ଇରାଶିଷ ଆଚାର୍ଯ୍ୟ ଯୋଗଦାନ କରି ସମ୍ବର୍ଦ୍ଧନା କରିଥିଲେ | ଏହି ବୈଠକରେ ଜିଲ୍ଲା ନବ ନିର୍ବାଚିତ ସଭାପତି ଭାବେ ଡ଼ା. ଅରୁପା ନନ୍ଦ ସାହୁ ଙ୍କ ନାମକୁ ଘୋଷଣା କରାଯାଇଥିଲା |ଉକ୍ତ ବୈଠକ ରେ ଉପସ୍ଥିତ ସମସ୍ତ ଭାରତୀୟ ଜନତା ପାର୍ଟି ର ଦେବଦୁର୍ଲଭ କାର୍ଯ୍ୟକର୍ତା କରତାଳି ଦେଇ ପ୍ରବଳ ଭାବେ ସ୍ବାଗତ କରି ଡ଼ା. ଅରୁପା ନନ୍ଦ ସାହୁଙ୍କୁ ମନୋନୀତ କରିଲେ |

ଉପସ୍ଥିତ ସମସ୍ତ ନେତୃମଣ୍ଡଳୀ ସ୍ବାଗତଂ ସହ ଖୁସି ବ୍ୟକ୍ତ କରିଥିଲେ | ଆଗାମୀ ଦିନ ରେ ସଂଗଠନ କୁ ମଜଭୁତ କରି ଆହୁରି ଦୃଢ଼ ଶକ୍ତିଶାଳୀ କରିବା ଆହ୍ୱାନ ଦେଇଥିଲେ ପରେ ନୂତନ ସଭାପତି ଡ଼ା. ଅରୁପା ନନ୍ଦ ସାହୁ ନିଜ ବ୍ୟକ୍ତବ୍ୟ ରେ ସମସ୍ତକୁ ଏକ ହୋଇ ପ୍ରବଳ ଦୃଢ଼ତା ସହ ଆଗାମୀ ଦିନରେ ସମସ୍ତଙ୍କୁ “ପଲ୍ଲୀ ଚଲୋ” ର ଆହ୍ୱାନ ଦେଇଥିଲେ |ଏଥିରେ ସମସ୍ତ ରାଜ୍ୟ ପରିଷଦ ସଦସ୍ୟ, ମଣ୍ଡଳ ସଭାପତି,ଓ ଜିଲ୍ଲା ପ୍ରତିନିଧି ସହ ଅନ୍ୟାନ୍ୟ ବରିଷ୍ଠ ନେତୃ ମଣ୍ଡଳୀ ଓ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ |


Leave a Reply

Your email address will not be published. Required fields are marked *

error: Content is protected !!