କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନରେ ଏନ୍ଟିଏ-ନିଟ୍ ଏବଂ ସିୟୁଇଟି (ୟୁଜି)ର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ବରଗଡ଼,୨୭/୭(ସଂସ୍କୃତି ମିଡ଼ିଆ)-ବରଗଡ଼ ବରାହଗୁଡ଼ା ସ୍ଥିତ କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନରେ ଏନ୍ଟିଏନିଟ୍ ଏବଂ ସିୟୁଇଟି (ୟୁଜି)ର କୃତି ଛାତ୍ରଛାତ୍ରୀଙ୍କୁ ଏକ ସମ୍ବର୍ଦ୍ଧନା ଉତ୍ସବରେ ଅଭିଭାବକ ଏବଂ ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ସମ୍ମାନିତ କରାଯାଇଛି । ଚଳିତ ବର୍ଷ କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଏନ୍ଟିଏ-ନିଟ୍ (ୟୁଜି) ପରୀକ୍ଷାରେ ୩୮ଜଣ ଛାତ୍ରଛାତ୍ରୀ ଦେଶର ବିଭିନ୍ନ ସୁନାମଧନ୍ୟ ସରକାରୀ ମେଡିକାଲ କଲେଜରେ ସିଟ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଏନ୍ଟିଏ-ସିୟୁଇଟି (ୟୁଜି) ପରୀକ୍ଷାରେ ୬୧ଜଣ ଛାତ୍ରଛାତ୍ରୀ ସଫଳ ହୋଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନଙ୍କରେ ପ୍ରଥମ ଚୟନ ପ୍ରକ୍ରିୟାରେ ସିଟ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ସମ୍ବର୍ଦ୍ଧନା ଉତ୍ସବରେ ଏନ୍ଟିଏ-ନିଟ୍ (ୟୁଜି) ଛାତ୍ରଛାତ୍ରୀମାନଙ୍କୁ ଷ୍ଟେଥୋସ୍କୋପ୍ ଓ ପୁଷ୍ପଗୁଚ୍ଛ ଏବଂ ଏନ୍ଟିଏ-ସିୟୁଇଟି (ୟୁଜି) ଛାତ୍ରଛାତ୍ରୀମାନଙ୍କୁ ସ୍ମୃତିଫଳକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ଏହି ସଫଳତା ପାଇଁ କ୍ରୀଷ୍ଣା ବିକାଶର ଚେୟାର୍ମେନ୍ ଡି.ମୂରଲୀ କ୍ରୀଷ୍ଣା କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା, ବିକାଶ ଆବାସିକ ବିଦ୍ୟାଳୟର ଏକ୍ଜିକ୍ୟୁଟିଭ୍ ପ୍ରିନ୍ସିପାଲ୍ ଶିଶିର ପ୍ରସାଦ ରାଉଳ, ସିନିୟର୍ ସେକେଣ୍ଡାରୀ ଅଧ୍ୟକ୍ଷ ଚିତରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ ଙ୍କୁ ଉପଢୌକନ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା ।
