ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ , ରାଜନୈତିକ ମହଲରେ ଶୋକର ଛାୟା

0

ବରଗଡ଼, ୨୭/୭(ସଂସ୍କୃତି ମିଡ଼ିଆ )-ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି । ସେ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳଙ୍କୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ସୁଶାନ୍ତ ସିଂହ ଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି । ଭୁବନେଶ୍ବର ଠାରେ ରବିବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ସଦସ୍ୟ ଙ୍କ ଠାରୁ ସୂଚନା ମିଳିଛି। ମୃତ୍ୟୁ ଶଯ୍ୟା ନିକଟ ରେ ତାଙ୍କର ଭାଇ ଦୀପକ ସିଂହ ଙ୍କ ପୁଅ ଉପସ୍ଥିତ ଥିଲେ। ସ୍ୱର୍ଗତ ସିଂହ ଭଟଲି ନିର୍ଵାଚନ ମଣ୍ଡଳୀ ରୁ ଏକାଧିକ ଥର ବିଧାୟକ। ଭାବେ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକ ଙ୍କ ମନ୍ତ୍ରୀ ମଣ୍ଡଳ ରେ ଅନେକ ଗୁରୁତ୍ବପୂର୍ଣ୍ଣ ଵିଭାଗ ରେ ସ୍ଥାନ ପାଇଥିଲେ । ତାଙ୍କ ବିୟୋଗ ରେ ପଶ୍ଚିମ ଓଡ଼ିଶା ଜଣେ ପ୍ରଭାବଶାଳୀ ରାଜନେତା ଙ୍କୁ ହରାଇଲା । ଗତ ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ୩ଥର ବରଗଡ଼ ଜିଲା ଭଟଲି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ସେ ନବୀନ ପଟ୍ଟନାୟକଙ୍କ ସରକାରରେ ଶ୍ରମମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ସହିତ ସେ ବରଗଡ଼ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦବୀରେ ମଧ୍ୟ ଥିଲେ।
ତାଙ୍କ ବିୟୋଗ ରେ ପଶ୍ଚିମ ଓଡ଼ିଶା ଜଣେ ପ୍ରଭାବଶାଳୀ ରାଜନେତା ଙ୍କୁ ହରାଇଲା । ସେ 1973 ମସିହା ମାର୍ଚ୍ଚ 17 ତାରିଖ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ବାଉସେନମୁରା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l ପିଲା ଦିନରୁ ତାଙ୍କ ଜନ ସେବା କାର୍ଯ୍ୟରେ ଜୀବନ ଅତିବାହିତ କରିଥିଲେ l ପରେ ସେ ରାଜନୀତିକୁ ଓଲ୍ଲାଇ ପ୍ରଭାଵଶାଳୀ ଜନନେତା ହେବା ସହ ସାରା ଓଡିଶାରେ ସେ ତାଙ୍କ ଦବଦବା ରଖିଥିଲେ l

ତାଙ୍କର ଅକାଳ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକଟ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି l ଅତାବିରାର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଗଭୀର ଭାବରେ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି l ବିଜୁ ଜନତା ଦଳ ତାର ଗୋଟିଏ ଲଢୁଆ ସାଥୀକୁ ଆଜି ହରେଇଲା l ତିନି ତିନି ଥର ବିଧାୟକ ହୋଇ ଅଞ୍ଚଳର ବିକାଶକୁ ସର୍ବୋଚ୍ଛ ଶିଖରକୁ ପହଞ୍ଚାଇଥିବା ଜନନାୟକ ବିଜେଡି ସଂଗଠନକୁ ମଧ୍ୟ ପଶ୍ଚିମ ଓଡ଼ିଶାରେ ସୁଦୃଢ କରି ଗଢିତୋଳିଥିଲେ l ଉପନିର୍ବାଚନରେ ତାଙ୍କ ଦୃଢ଼ନେତୃତ୍ୱ ଦଳକୁ ବଜୟୀ କରିଥିଲା l ଦଳପ୍ରତି, ଅଞ୍ଚଳପ୍ରତି ଅତୁଲ୍ୟ ଅବଦାନ ସବୁଦିନ ତାଙ୍କୁ ଅମର କରି ରଖିବ l ଆମ ପାଖରେ ସେ ଚିର ସ୍ମରଣୀୟ ହୋଇ ରହିବେ l ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି l ପ୍ରଭୁ ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା,ପୁଣ୍ୟାତ୍ମାଙ୍କୁ ନିଜ ପାଦତଳେ ଆଶ୍ରୟ ଦିଅନ୍ତୁ l ଶୋକ ସନ୍ତପ୍ତ ପ୍ରିୟଜନ ଓ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପୂର୍ବତନ ବିଧାୟିକା ଶ୍ରୀମତୀ ଛୁରିଆ l ଦଳର ବରିଷ୍ଟ ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଶୋକ ପ୍ରକାଶ କରିଛନ୍ତି l
ସେହିପରି ଭଟଲିର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଜନସେବା କ୍ଷେତ୍ରରେ ତାଙ୍କ ସହ ଏକାଠି କାର୍ଯ୍ୟ କରିବାର ଅନେକ ସ୍ମୃତି ମୋର ମନେପଡ଼ୁଛି। ତାଙ୍କର ଅକାଳ ବିୟୋଗ ଓଡ଼ିଶା ରାଜନୀତି ପାଇଁ ଅପୂରଣୀୟ କ୍ଷତି। ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ବୋଲି କହିଛନ୍ତି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ ଗଡ଼ତିଆ ପ୍ରମୁଖ ଶୋକ ପ୍ରକଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!