ବ୍ଲକ୍ ସ୍ତରୀୟ ପାଚିକା ତଥା ସହାୟିକା ଙ୍କ ତାଲିମ ଶିବିର
ଅତାବିରା, ୨୯/୭(ସଂସ୍କୃତି ମିଡ଼ିଆ)- ଅତାବିରା ବ୍ଲକ୍ ସ୍ତରୀୟ ପାଚିକା ତଥା ସହାୟିକା ଙ୍କ ତାଲିମ କାର୍ଯ୍ୟକ୍ରମ ବୁଧବାର ଅତାବିରା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ସ୍ତରୀୟ ପାଚିକା ସହାୟିକା ମାନଙ୍କ ତାଲିମ କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ସି.ଆର୍.ସି.ସି. ନନ୍ଦିଘୋଷ ଭୁଏ,ନୃପ ଭୋଇ,ରଞ୍ଜନ ବାଗ ଏବଂ କୃତାର୍ଥ ଚନ୍ଦ୍ର ଭୁଏ ଉପସ୍ଥିତ ଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ରେ ମଧ୍ୟାହ୍ନ ଭୋଜନ ପାଇଁ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତା ଉପରେ ଆଲୋଚନା ହୋଇଥିଲା । ପାଚିକା ସହାୟିକାଙ୍କ ବ୍ୟକ୍ତିଗତ ସ୍ୱଚ୍ଛତା ସହ ମଧ୍ୟାହ୍ନ ଭୋଜନ ପରିଚାଳନାରେ ପଞ୍ଚସୁତ୍ରୀ ନିୟମ ପାଳନ କରି ଠିକ୍ ଭାବେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଓ ପରିବେଷଣ ପାଇଁ ତାଲିମ ପ୍ରଦାନ କରାଯାଇଥିଲା । ଅତାବିରା ବ୍ଲକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ନୂତନ ଭାବେ ଯୋଗଦାନ କରିଥିବା ପାଚିକା ତଥା ସହାୟିକା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଶେଷରେ ସି.ଆର୍.ସି.ସି ନୃପ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
