କୋଶଳ ସ୍କୁଲ ଛାତ୍ରୀଛାତ୍ରଙ୍କ ପ୍ୟାରେଡ ଅଭ୍ୟାସ

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 42;
ଅତାବିରା , 25/1(ସଂସ୍କୃତି ମିଡ଼ିଆ) ଆସନ୍ତାକାଲି ରବିବାର ଦେଶ ପାଳନ କରିବ 76 ତମ ସାଧାରଣତନ୍ତ୍ର ଦିବସ l ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ପାଇଁ ଚାରିଆଡେ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ ବରଗଡ଼ ଜିଲା ଅତାବିରାରେ ମଧ୍ୟ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। ଅନ୍ୟ ପଟେ ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଉଛି l ଶନିବାର ସକାଳ ସମୟରେ ନୁଆଁ ଖଇରପାଲି ସ୍ଥିତ ଆବାସିକ ବିଦ୍ୟାଳୟ କୋଶଳ ସ୍କୁଲରେ ଛତ୍ରୀଛାତ୍ର ମାନେ ସମ୍ମିଳିତ ହୋଇ ସାମୂହିକ ପ୍ୟାରେଡ ଅଭ୍ୟାସ କରିଛନ୍ତି l

କୋଶଳ ସ୍କୁଲର ଛାତ୍ରୀଛାତ୍ର ଙ୍କୁ ନେଇ ଚାରିଟି ବିଭାଗ ଜରାଯାଇଛି l ସମସ୍ତଙ୍କ ପ୍ୟାରେଡ ନିୟନ୍ତ୍ରଣ ପାଇଁ ଜଣେ ମୁଖ୍ୟ କ୍ୟାପଟନ ରହିଛନ୍ତି l ଚାରିଟି ବିଭାଗରେ ଜଣେ ଜଣେ କ୍ୟାପଟନ ରହି ନିଜ ନିଜ ଗ୍ରୁପର ଛାତ୍ରୀଛାତ୍ର ମାନେ ସାଧାରଣତନ୍ତ୍ର ଦିବସରେ କିଭଳି ନିଜର କୃତୀତ୍ତ୍ୱ ପ୍ରତିପାଦନ କରିବେ ସେ ନେଇ ବ୍ୟାପକ ପ୍ରସ୍ତୁତି କରିଛନ୍ତି l ଏଥିରେ ସ୍କୁଲ କ୍ରୀଡ଼ା ଶିକ୍ଷକ ବିଶ୍ୱଜିତ ବେହେରା ଓ ଶ୍ରବଣ ସାହୁଙ୍କ ସମେତ ଅଧ୍ୟକ୍ଷ ରବୀନ୍ଦ୍ର ନାଥ ବେହେରା, ନିର୍ଦ୍ଧେଶିକା ନଳିନୀ ପଟ୍ଟନାୟକ, ଅତିରିକ୍ତ ନିର୍ଦ୍ଧେଶିକା ମଧୁ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ l