ବୁଗବୁଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

0

ଅତାବିରା, 26/1(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଗବୁଗା ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ର ଚେୟାରମେନ ପ୍ରଦୀପ କୁମାର ଛନ୍ଦ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତାବିରା ତପନ କୁମାର ଦାସ,ସମ୍ମାନୀତ ଅତିଥି ରୂପେ ବରଗଡ଼ ଓ ସୁନ୍ଦରଗଡ ମାହେଶ୍ୱରୀ ନର୍ସିଂ ମହାବିଦ୍ୟାଳୟ ର ଚେୟାରମ୍ୟାନ ଫକୀର କର୍ଣ୍ଣ ଓ ତାଙ୍କ ଧର୍ମପତ୍ନୀ ତଥା ବରଗଡ଼ ମାହେଶ୍ୱରୀ ନର୍ସିଂ କଲେଜର ପରିଚାଳନା ନିର୍ଦ୍ଧେଶିକା ସନ୍ତୋଷିନୀ କର୍ଣ୍ଣ , ଆରାଧନା ସ୍ବାସ୍ଥ୍ୟ କେଆର ର ଅଧ୍ୟକ୍ଷ ଖଗେଶ୍ବର ବେହେରା ଓ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ବେହେରା,ବୁଗବୁଗା ସି.ଆର.ସି.ସି. ନନ୍ଦିଘୋଷ ଭୁଏ, ଝିଲିମିଣ୍ଡା ସି.ଆର.ସି.ସି ଧରମ ନାଏକ,ପୂର୍ବତନ ଶିକ୍ଷକ ଡାକ୍ତର ବିଶି,ଗ୍ରାମ ସଭାପତି କପିଳାସ ମହାକୁର,ନିମାଇଁ ଛନ୍ଦ,ହୃଦୟାନନ୍ଦ ବେହେରା ମଞ୍ଚାସିନ ଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ କପିଲାସ ଚନ୍ଦ୍ର ସ୍ୱାଇଁ, ବାର୍ଷିକ ବିବରଣୀ ପଠନ କରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ବେହେରା । ଏହି ଅବସରରେ କ୍ରିଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ସୁରଭିରେ ରାଜ୍ୟ ସ୍ତରକୁ ଯାଇଥିବା କୁସୁମ ଭୁଏ ଓ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ରେ ଯୋଗଦାନ କରିଥିବା ଛାତ୍ର ମିଳନ କହରା କୁ ସମ୍ମାନୀତ କରାଯାଇଥିଲା । ଏହା ସହ ଅତିଥି ମାନଙ୍କୁ ଏବଂ ନୃତ୍ୟ ଗୁରୁ ଶିବୁ ମେହେର ଓ ସଞ୍ଜୀବ ନାଏକ ଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ଆଶା ବାରିକ,ମମତା ମହାକୁର,ନିଳୀମା ପଶାୟତ ତିର୍ଜଟା କହରା ତଥା କମିଟି ର ସଦସ୍ୟ ସଦସ୍ୟା ଓ ଗ୍ରାମବାସୀ ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!