୨୫ ବର୍ଷ ପୂର୍ତ୍ତି ଅବସରରେ କ୍ଲାସିକ କ୍ରିକେଟ ଆସୋସିଏସନ ରୁଚିଦା 

0

 

 

ଅମ୍ବାଭୋନା ୨୭/୧(ସଂସ୍କୃତି ମିଡ଼ିଆ )-ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ରୁଚିଦା ପଂଚାୟତ ଅଧିନସ୍ଥ ରୁଚିଦା କେନ୍ଦୁ ପଡିଆ ଠାରେ କ୍ଲାସିକ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ କ୍ରିକେଟ ଟୁର୍ନାମେଣ୍ଟ ଜାନୁଆରୀ ୨୧ ତାରିଖ ରେ ଉଦଘାଟିତ ହୋଇ ଅଦ୍ୟ ୨୭ ତାରିଖ ରେ ଉଦଯାପିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟ ରେ ୨୦ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ଅଟଳ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀ ଶିବାଜୀ ପଟେଲ ଓ ଅବସର ପ୍ରାପ୍ତ ସୁନାମ ଧନ୍ୟ ଡାକ୍ତର ଶ୍ରୀ ସୁନୀଲ ଆଚାର୍ଯ୍ୟ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଟୁର୍ନାମେଣ୍ଟ ଛଅ ଦିନ ଧରି ଚାଲିଥିବା ଶେଷ ଦିନ ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ଭଟଲି ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ, ଅଟଳ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀ ଶିବାଜୀ ପଟେଲ, ବଡ଼ଧରା ର ଗୌନ୍ତିଆ ସୁବାସ ପଧାନ,ଡୁଙ୍ଗୁରି ଜୋନ ର ପୂର୍ବତନ ମଣ୍ଡଳ ସଭାପତି ବଳରାମ ସା,ଭୁକ୍ତା ଜୋନ ର ମଣ୍ଡଳ ବିଜେପି ସଭାପତି କାର୍ତ୍ତିକ ଦେହେରୀ, ଶଙ୍କର ପଟେଲ,ଓମ ପ୍ରକାଶ ଭୋଇ,ପ୍ରଫୁଲ୍ଲ ପଧାନ, ନିତ୍ୟାନନ୍ଦ ବେହେରା, ରାଧେଶ୍ୟାମ ସା, ଜୟନ୍ତ ପଧାନ ଓ ରୁଚିଦା ଗ୍ରାମ ର ଗୌନ୍ତିଆ ଶ୍ରୀ ଭବାନୀ ପଧାନ ମଞ୍ଚାସିନ ଥିଲେ। ଉଦଯାପନୀ ଦିବସ ର ଫାଇନାଲ ମ୍ୟାଚ ଦିନ ୧୨ ଓଭର ବିଶିଷ୍ଟ ଖେଳ ହୋଇଥିଲା ଓ କଣ୍ଡପଳା ଓ ଚି଼ଚୋଲି ଏସ ଜି ସି ସି ମଧ୍ୟରେ ଉତ୍ସାହ ଜନିତ ଖେଳ ହୋଇଥିଲା। ପ୍ରଥମେ ଏସ ଜି ସି ସି ଚି଼ଚୋଲି ବ୍ୟାଟିଂ କରି ୧୧୮ ରନ କରି ଥିଲେ ଓ କଣ୍ଡପଳା ଟିମ ୧୨ ଓଭର ରେ ୧୧୦ ରନ କରି ପରାଜିତ ହୋଇଥିଲା।ଏହି ଟୁର୍ନାମେଣ୍ଟ ରେ ସ୍କୋର ଦାୟିତ୍ୱ ରେ ଦେବେଶ, ହିତେଶ, ରିତିକ, ପ୍ରୀଙ୍କେଶ୍ ଓ ଅମ୍ପେୟାର ରେ ଭୋଜରାଜ, ହୀରାଧର, ବିଜୟ ଓ ତାପସ ଥିଲେ।ଧାରା ବିବରଣୀ ନୀଲେଶ ପଧାନ ଦେଇଥିବା ବେଳେ ମଞ୍ଚ ପରିଚାଳନା ତୁଷାର ପଧାନ କରିଥିଲେ। ପରେଶ ପଧାନ, ବିପ୍ଳବ, ହୀରାଲାଲ, ଏକେଶ, ପ୍ରେମ, ସନ୍ତୋଷ ଙ୍କ ସମେତ ସମସ୍ତ ଖେଳାଳି ସହଯୋଗ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!