ଅବସରପ୍ରାପ୍ତ ସୈନିକ ସଂଘର ସାଧାରଣତନ୍ତ୍ର ଦିବସ ସମାରୋହ // ଦେଶାତ୍ମକ ବୋଧକ ରଙ୍ଗାରଙ୍ଗ ସହ ବ୍ୟଙ୍ଗ କବିତା ମନମୋହିଲା

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 36;


ସରଣ୍ଡା, 28/1(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ କୋଶଲ ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ୭୬ ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ମହା ସମାରୋହରେ ଲାଦରପାଲି ରାମଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ଡପଠାରେ ରବିବାର ରାତ୍ରିରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ମୁଖ୍ୟ ଅତିଥି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଏବଂ ସଂଘର ସଭାପତି ଅରୁଣ ବାରିକ, ସମ୍ପାଦକ ଲଳିତ କୁମାର ସାହୁ, କୋଷାଧ୍ୟକ୍ଷ ସପ୍ତସିନ୍ଧୁ ପଧାନ, କାଶୀଶ୍ୱର ବେହେରା, କ୍ଷୀରଶ୍ଵର ପଧାନ, ରମେଶ ମେହେର, ସିଭିଲ ପ୍ରଧାନ,ଅର୍ଜୁନ ବାରିକ, କେ. ଜି ରେଡ୍ଡୀ
ଅବସରପ୍ରାପ୍ତ ମେଜର କୈଳାଶ ଚନ୍ଦ୍ର ଚାନ୍ଦଙ୍କ ଦ୍ବାରା ଭାରତମାତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଉତ୍ସବ ସମାରୋହରେ ବ୍ୟଙ୍ଗ କବି ମନୋରଞ୍ଜନ ଲୁହା ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଂସ୍କୃତିକ ଦଳ ଦେଶାତ୍ମକ ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରିଥିଲେ l ଏହି ଅବସରରେ ଓଡିଶା ରାଜ୍ୟ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କର, ବ୍ୟଙ୍ଗ କବି ମନୋରଞ୍ଜନ ଲୁହା, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷ ଟିକେଲାଲ ଚାନ୍ଦ, ସରଣ୍ଡା ପଞ୍ଚାୟତ ହାଇସ୍କୁଲ ର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ମେହେର, ହୋଲି ହାର୍ଟ୍ସ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ରବୀନ୍ଦ୍ର ପୂଜାରୀ ଖବରଦାତା ଯୁଧିଷ୍ଠିର ମହାପାତ୍ର ଏବଂ ବିଭିନ୍ନ ଅନୁଷ୍ଠାନର ମୁଖ୍ୟ ଏବଂ ନୃତ୍ୟକଳା ସାଂସ୍କୃତିକ ଦଳକୁ ଉପଢୌକାନ ଦେଇ ସମ୍ମାନିତ କରାଯାଇଥିଲା l ସଭା ପରିଚାଳନା ସହ ଦେଶାତ୍ମକ ବୋଧକ ଉପରେ ଆଧାରିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଅରବିନ୍ଦ ସ୍କୁଲ ର ଶିକ୍ଷକ ନିରଞ୍ଜନ ପାଶାୟତ ସଂଯୋଜନା କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!