ଅତାବିରା ଠାରେ ବ୍ଲକ୍ ସ୍ତରୀୟ ନିପୁଣ ଓଡ଼ିଶା ମେଳା

ସରଣ୍ଡା, 3/2(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅତାବିରା ଠାରେ ବ୍ଲକ୍ ସ୍ତରୀୟ ନିପୁଣ ଓଡ଼ିଶା ମେଳା ସୋମବାର ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ସମସ୍ତ ଅତିଥି , ଛାତ୍ରୀଛାତ୍ର , ଅଭିଭାବିକା ଅଭିଭାବକ ଏବଂ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନେଇ ଏକ ସଚେତନତା ରାଲି ବିଦ୍ୟାଳୟରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।
ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନୀତ ଅତିଥି ରୂପେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ବନମାଳୀ ବରିହା,ପ୍ରାକ୍ତନ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଅକ୍ଷୟ କୁମାର ବାରିକ , ଶିକ୍ଷକ ପ୍ରଶିକ୍ଷକ ରମେଶ ଚନ୍ଦ୍ର ସାହୁ, କାଉନ୍ସେଲର ଦୀପକ ରାୟ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଏବଂ ତପନ କୁମାର ଦାସ,ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ପୁର୍ଣ୍ଣଚନ୍ଦ୍ର ବେହେରା,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା,ଅତାବିରା ସି.ଆର.ସି.ସି. ନୃପ ଭୋଇ ମଞ୍ଚାସିନ ଥିଲେ । ସି.ଆର.ସି.ସି କେଶବ ଛନ୍ଦ ସଭା ପରିଚାଳନା କରିଥିଲେ । ଅତିଥି ବୃନ୍ଦ ନିପୁଣ ଓଡ଼ିଶା ର ଉଦ୍ଦେଶ୍ୟ,ଏହାର ଗୁରୁତ୍ଵ ଏବଂ ଏଥିପାଇଁ ସମସ୍ତଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷୟିତ୍ରୀଶିକ୍ଷକଙ୍କ ଦ୍ଵାରା ଅଭିନବ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ,ଆଦର୍ଶ ବହୁ ଶ୍ରେଣୀ ପରିଚାଳନା , ଭୂମିକା ନିର୍ବାହ ଆଦି ପ୍ରଦର୍ଶନ ହୋଇଥିଲା । ଅଭିଭାବିକା ଅଭିଭାବକ ମାନଙ୍କୁ ସଚେତନ ପାଇଁ ନିପୁଣ ଓଡ଼ିଶା ର ତଥ୍ୟ ଫର୍ଦ୍ଦ ମାନ ବଣ୍ଟନ କରାଯାଇଥିଲା । ଶେଷରେ ସମସ୍ତ ଅଂଶଗ୍ରହଣକାରିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସି.ଆର.ସି.ସି ନନ୍ଦିଘୋଷ ଭୁଏ, ଧରମ ନାଏକ, ରଞ୍ଜନ ବାଗ,କୃତାର୍ଥ ଚନ୍ଦ୍ର ଭୁଏ, କିଚକ ସୁନା,ଜୟଦେବ ନାଏକ,ଭକ୍ତ କହ୍ନେଇ,ରାଜୀବ ବିଶ୍ଵାଳ, ସିତାପତି ପ୍ରଧାନ,ରଶ୍ମିରାଣୀ ନନ୍ଦ ,ତ୍ରିଲୋଚନ ସେଠ୍,ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁ,ତଥା ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ କିଶୋର କୁମାର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।