ଫ୍ରେଣ୍ଡସ କ୍ଳବ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ସେମିରେ ୟଙ୍ଗ ଉତ୍କଳ କ୍ଲବ କଟକ

0

ଫ୍ରେଣ୍ଡସ କ୍ଳବ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ
ସେମିରେ ୟଙ୍ଗ ଉତ୍କଳ କ୍ଲବ କଟକ

ବଲାଙ୍ଗିର, 14/2 (ସଂସ୍କୃତି ମିଡ଼ିଆ) – ବଲାଙ୍ଗିର ସୁଦୂରର ପ୍ରସାରି ଅନୁଷ୍ଠାନ ଫ୍ରେଣ୍ଡସ କ୍ଳବ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ପଞ୍ଚମ ଦିନରେ ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ୟଙ୍ଗ ଉତ୍କଳ କ୍ଲବ କଟକ ବନାମ ବ୍ରଦର୍ସ ଫୁଟବଲ କ୍ଳବ କୁଚିଣ୍ଡା ମଧ୍ୟରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ବରେ ମୁଖ୍ୟଅତିଥିଭାବରେ ଭିମଭୋଇ ହସ୍ପିଟାଲ ସୁପେରିଣ୍ଟେଣ୍ଡେଣ୍ଟ ଡାକ୍ତର ମାନସୀ ପଣ୍ଡା, ସମ୍ମାନୀତ ଅତିଥି ଭାବରେ ଉପ ଜିଲ୍ଲାପାଲ ଆଲୋକ ପଟେଲ, ଫାଓ ସଭାପତି ତଥା ଜିଲ୍ଲା କ୍ରୀଡା ସାଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସେଞ୍ଚୁରୀୟାନ ବିଶ୍ୱବିଦ୍ୟାଳୟରେ ନିର୍ଦେଶକ ଡ. ପ୍ରଦୀପ ଷଢଙ୍ଗୀ, ଡାକ୍ତର ତୁଷାର କାନ୍ତ ଠାକୁର,ଡାକ୍ତର ଭଂଜନ ମେହେର, ହସ୍ପିଟାଲ ମେନେଜର ଡାକ୍ତର ସୁଦିପ ଦତ୍ତ ସମେତ ସମ୍ପାଦକ ଜଗନ୍ନାଥ ମିଶ୍ର ଓ ମଧୁ ବଂଛୋର ମଞ୍ଚାସିନ ଥିଲେ l ଅତିଥିମାନଙ୍କୁ ଅନୁଷ୍ଠାନରେ କର୍ମକର୍ତା ଉପଢୌକଣ ଦେଇ ସମ୍ମାନିତ କରିଥିଲେ l ଅନୁଷ୍ଠାନର କୋଡିନେଟର ମନୋଜ କୁମାର ମିଶ୍ର ଟିମ ମାନଙ୍କୁ କୋଡିନେଟ କରିଥିଲେ l ଆଜିର ପଞ୍ଚମ ଦିନ ଖେଳରେ ପୂର୍ବତନ ଫୁଟବଲ ଖେଳାଳି ବୀରେନ୍ଦ୍ର ସୁନା ଓ ଅକ୍ଷୟ କୁମାର ବେହେରାଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା l ମ୍ୟାଚ କମିଶନର ଭାବରେ ଶରତ କୁମାର ନନ୍ଦ ଦାୟିତ୍ୱ ତୁଲାଇଥିବା ବେଳେ ସୁରେଶ କୁମାର ଦାଶ , ନର୍ସିଂ ସ୍ୱାମୀ ନାଇଡ଼ୁ, ସଂଜୀବ କୁମାର ମହାରଣା, ଜ୍ୟୋତି ରଞ୍ଜନ ମହାନନ୍ଦ, ସୁଦର୍ଶନ ସେଠ୍ ଖେଳକୁ ପରିଚଳନା କରିଥିଲେ l ୟଙ୍ଗ ଉତ୍କଳ କ୍ଲବ କଟକ ଦଳ ବ୍ରଦର୍ସ ଫୁଟବଲ କ୍ଳବକୁ ଦୁଇ ଏକ ଗୋଲ ଦେଇ ବିଜୟ ହାସଲ କରିଥିଲା l ଆଜିକାର ଜଣେ ଭାଗ୍ୟସାଳି ଦର୍ଶକ ଚୟୁନୁ ମଟାରୀ ଠିକାଦାର ପଡା ବଲାଙ୍ଗିର ଲଟେରୀ କୂପନ ଦ୍ୱାରା ଏକ ପ୍ରେସରକୁକର ପୁରସ୍କାର ପାଇଥିଲେ l ଵେଷ୍ଟ ଭଲଣ୍ଟୀୟର ତରୁଣ ଭୋଇ ଓ ସୁବଳ ସାହୁଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ପବିତ୍ର ଖୁଣ୍ଟିଆ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ପାତ୍ର, ଟିକୁ ପରିଚ୍ଛା,ମନୋଜ ଦୀପ, ପ୍ରଦୀପ ସିଂହ, ସନ୍ତୋଷ ପାଢ଼ୀ କିଶୋର ଦଣ୍ଡସେନା, ଲଷ୍ମୀ ନାରାୟଣ ସ୍ୱାଇଁ, ରାମ ନାଏକ, ଅରୋ ରଞ୍ଜନ ମହାପାତ୍ର, ବଦ୍ରି ମିଶ୍ର, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, କମ୍ଭୁ ତ୍ରିପାଠୀ, ସୋନୁ ପଟ୍ଟନାୟକ, ମୁନା ପାଳ, ନିତ୍ୟା ପଧାନ, ରମା ମିଶ୍ର, ଇନ୍ଦ୍ର ନନ୍ଦ, ପୃଥ୍ୱୀରାଜ ବରାଡ଼, ନିଶାର କାନ୍ତ ନାଗ, ରାଜୁ ସାହୁ, ପ୍ରଦୀପ ସାହୁ,ସନତ ତ୍ରିପାଠୀ, ସୂର୍ଯ୍ୟ ମେହେର, ମଣ୍ଟୁ ମିଶ୍ର, ପିଣ୍ଟୁ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ l ଆସନ୍ତା କାଲି ଶନିବାର ଦ୍ଵିତୀୟ ସେମିଫାଇନାଲରେ ଜଗୟୁନାଇଟେଟ କ୍ଲବ ଭୁବନେଶ୍ୱର ବନାମ ୟଙ୍ଗ ଉତ୍କଳ କ୍ଲବ କଟକ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି l


Leave a Reply

Your email address will not be published. Required fields are marked *

error: Content is protected !!