ସରକଣ୍ଡାର ଓଡ଼ିଆ ଡାକ୍ତର ମେଘନାଦ ମେହେରଙ୍କୁ ଅହମ୍ମଦାବାଦଠାରେ ମଧୁମେହରେ ଫେଲୋସିପ୍

ସରକଣ୍ଡାର ଓଡ଼ିଆ ଡାକ୍ତର ମେଘନାଦ ମେହେରଙ୍କୁ ଅହମ୍ମଦାବାଦଠାରେ ମଧୁମେହରେ ଫେଲୋସିପ୍
ସରଣ୍ଡା,14/2-(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ସରକଣ୍ଡା ଗ୍ରାମର ଯୁବ ଡାକ୍ତର ମେଘନାଦ ମେହେରଙ୍କୁ ଶୁକ୍ରବାର ୧୩ ଫେବୃଆରୀ ୨୦୨୫ରେ ମଧୁମେହ ଭାରତର ବାର୍ଷିକ ସମ୍ମିଳନୀରେ ପଦ୍ମଶ୍ରୀ ଡକ୍ଟର ଭି ମୋହନଙ୍କ ଦ୍ୱାରା ଅହମ୍ମଦାବାଦ ଠାରେ ମଧୁମେହରେ ଫେଲୋସିପ୍ ସଂମ୍ମାନରେ ସଂମ୍ମାନିତ କରାଯାଇଛି l
ଗୁରୁବାର ଅହମ୍ମଦାବାଦରେ ୧୫ତମ ବିଶ୍ୱ ଡାଇବେଟିସ୍ ଇଣ୍ଡିଆ ସମ୍ମିଳନୀରେ ଏକ ସମାବର୍ତ୍ତନ ସମାରୋହ ସମୟରେ ଡାକ୍ତର ମେଘନାଥ ମେହେରଙ୍କ ପ୍ରତିବଦ୍ଧତା ଏବଂ ମଧୁମେହ ଯତ୍ନ ଏବଂ ଗବେଷଣାକୁ ଆଗକୁ ବଢ଼ାଇବାର ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇ ଏହି ସଂମ୍ମାନରେ ସଂମ୍ମାନିତ କରାଯାଇଛି ।
ଡ଼ା. ମେଘନାଦ ମେହେର ବର୍ତ୍ତମାନ ଭୁବନେଶ୍ୱର ସମ ହସ୍ପିଟାଲରେ ମେଡ଼ିସିନ ବିଭାଗ ଆସିଷ୍ଠାନ ପ୍ରଫେସର ଭାବେ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି l କିନ୍ତୁ ନିଜ ଜନ୍ମମାଟିକୁ ଭୁଲି ନାହାଁନ୍ତି l ନିଜ ଜନ୍ମମାଟି ଲୋକ ଯେପରି ଚିକିତ୍ସାରୁ ବଞ୍ଚିତ ନହେବେ ସେଥିପାଇଁ ତାଙ୍କ ମାଙ୍କ ନାମରେ ତାରା ସ୍ବାସ୍ଥ୍ୟ ସଚେତନ କେନ୍ଦ୍ର ନାମରେ ଏକ କ୍ଲିନିକ ଖୋଲିଛନ୍ତି । ଆଉ ମାଗଣାରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଉଛନ୍ତି । ସେ ଗାଁ ସ୍କୁଲରେ ହିଁ ଦଶମ ପର୍ଯ୍ୟନ୍ତ ପାଠ ପଢିଥିବା ବେଳେ ପରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ କଟକରେ ଡାକ୍ତରୀ ପାଠ ପଢ଼ି ଡିଗ୍ରୀ ଅର୍ଜନ କରିଥିଲେ । ପରେ ଭୁବନେଶ୍ବର ଏମ୍ସରେ ତିନି ବର୍ଷ ଚାକିରି କଲାପରେ ଏବେ ସମ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ଡାକ୍ତର ମେହେର ଗତ 2024 ମସିହା ଅଗଷ୍ଟ 18 ତାରିଖ ପ୍ରାରମ୍ଭିକ କ୍ୟାରିୟର ଡାକ୍ତର ପୁରସ୍କାର (ଇସିପି ଆୱାର୍ଡ ) ଏବଂ 2023 ମସିହା ସେପ୍ଟେମ୍ବର 23 ତାରିଖ ଏସିପି ଆୱାର୍ଡ ରେ ସମ୍ମାନିତ ହୋଇଛନ୍ତି l