ଫ୍ରେଣ୍ଡସ କ୍ଳବ ଦ୍ଵିତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ // ଫାଇନାଲରେ ସୁନ୍ଦରଗଡ଼କୁ ଭେଟିବ କଟକ

0

ଫ୍ରେଣ୍ଡସ କ୍ଳବ ଦ୍ଵିତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟରେ ଗ୍ରାଣ୍ଡ ଫାଇନାଲରେ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ଼ ବନାମ ୟଙ୍ଗ ଉତ୍କଳ କ୍ଲବ କଟକ

ବଲାଙ୍ଗିର,15/2 (ସଂସ୍କୃତି ମିଡ଼ିଆ)– ବଲାଙ୍ଗିର ସୁଦୂର ପ୍ରସାରି ଅନୁଷ୍ଠାନ ଫ୍ରେଣ୍ଡସ କ୍ଳବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଷଷ୍ଠ ଦିନରେ ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ଜଗା ୟୁନାଇଟେଟ କ୍ଲବ ଭୁବନେଶ୍ୱର ବନାମ ୟଙ୍ଗ ଉତ୍କଳ କ୍ଲବ କଟକ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ବରେ ମୁଖ୍ୟଅତିଥିଭାବରେ ପୂର୍ଵତନ ମନ୍ତ୍ରୀ ତଥା ପୂର୍ବତନ ବଲାଙ୍ଗିର ସଦର ବିଧାୟକ ନରସିଂହ ମିଶ୍ର ସମ୍ମାନୀତ ଅତିଥି ଭାବରେ ସମ୍ମାନୀତ ଅତିଥିଭାବେଅବସର ପ୍ରାପ୍ତ ପ୍ରଫେସର ଡ. ଶିବ ପ୍ରସାଦ ନନ୍ଦ, ଜିଲ୍ଲା କ୍ରୀଡା ସାଂସଦରେ ସାଧାରଣ ସମ୍ପାଦକ ହରି ନାରାୟଣ ପୁଝାରୀ, ଗାନ୍ଧିଜୀ କ୍ଳବ ସଭାପତି ରାମ ଚନ୍ଦ୍ର ପୁରୋହିତ, ସମେତ ସମ୍ପାଦକ ଜଗନ୍ନାଥ ମିଶ୍ର ଓ ମଧୁ ବଂଛୋର ମଞ୍ଚାସିନ ଥିଲେ l ଅତିଥିମାନଙ୍କୁ ଅନୁଷ୍ଠାନରେ କର୍ମକର୍ତା ଉପଢୌକଣ ଦେଇ ସମ୍ମାନିତ କରିଥିଲେ l ଅନୁଷ୍ଠାନର କୋଡିନେଟର ମନୋଜ କୁମାର ମିଶ୍ର ଟିମ ମାନଙ୍କୁ କୋଡିନେଟ କରିଥିଲେ l ଆଜିର ଷଷ୍ଠ ଦ୍ଵିତୀୟ ସେମିଫାଇନ ଦିନ ଖେଳରେ ପୂର୍ବତନ ଫୁଟବଲ ଖେଳାଳି ଅଜିତ କୁମାର ସାହୁ ଓ ନିଶାରାକାନ୍ତ ନାଗ ଓ ଅଭିମନ୍ୟୁ ପାଣ୍ଡେଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା l ମ୍ୟାଚ କମିଶନର ଭାବରେ ଶରତ କୁମାର ନନ୍ଦ ଦାୟିତ୍ୱ ତୁଲାଇଥିବା ବେଳେ ସଂଜୀବ ମହାରଣା, ରାଜେନ୍ଦ୍ର କୁମାର ଧରୁଆ, ସୁଶାନ୍ତ କୁମାର ନାଗ, ସଞ୍ଜନ କୁମାର କୁଦେଇ, ସୁଦର୍ଶନ ସେଠ୍ ଖେଳକୁ ପରିଚଳନା କରିଥିଲେ l ୟଙ୍ଗ ଉତ୍କଳ କ୍ଲବ କଟକ ଦଳ ଜଗା ଯୁନାଇଟେଟ କ୍ଲବକୁ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଚାଲିଥିବାବେଳେ ଏକ ଗୋଲ ଦେଇ ବିଜୟ ହାସଲ କରିଥିଲା l ଆଜିକାର ଜଣେ ଭାଗ୍ୟସାଳି ଦର୍ଶକ ଅନିଲ ବଗର୍ତି ମାଲପଡା ବଲାଙ୍ଗିର ଲଟେରୀ କୂପନ ଦ୍ୱାରା ଏକ ଥରମୋଫ୍ଲାସ ପୁରସ୍କାର ପାଇଥିଲେ l

ଵେଷ୍ଟ ମେମ୍ବର ଭାବରେ ପୃଥ୍ୱୀରାଜ ବରାଡ଼ ଓ ସୋନୁ ପଟ୍ଟନାୟକଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ଶାନ୍ତନୁ ମିଶ୍ର, ଡା.ସିଦ୍ଧେଶ୍ୱର ମିଶ୍ର, ଗରୁଡ଼ଧ୍ୱଜ ସାଏ, ଜୟରାମ ମିଶ୍ର, ଶୁଭ୍ରାଂଶୁ ଶେଖର ଅମାତ,ପବିତ୍ର ଖୁଣ୍ଟିଆ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ପାତ୍ର, ଟିକୁ ପରିଚ୍ଛା,ମନୋଜ ଦୀପ, ପ୍ରଦୀପ ସିଂହ, ସନ୍ତୋଷ ପାଢ଼ୀ, କିଶୋର ଦଣ୍ଡସେନା, ଲଷ୍ମୀ ନାରାୟଣ ସ୍ୱାଇଁ, ରାମ ନାଏକ, ଅରୋ ରଞ୍ଜନ ମହାପାତ୍ର, ବଦ୍ରି ମିଶ୍ର, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, କମ୍ଭୁ ତ୍ରିପାଠୀ, ସୋନୁ ପଟ୍ଟନାୟକ, ମୁନା ପାଳ, ନିତ୍ୟା ପଧାନ, ରମା ମିଶ୍ର, ଇନ୍ଦ୍ର ନନ୍ଦ, ପୃଥ୍ୱୀରାଜ ବରାଡ଼, ନିଶାର କାନ୍ତ ନାଗ, ରାଜୁ ସାହୁ, ପ୍ରଦୀପ ସାହୁ,ସନତ ତ୍ରିପାଠୀ, ସୂର୍ଯ୍ୟ ମେହେର, ମଣ୍ଟୁ ମିଶ୍ର, ପିଣ୍ଟୁ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ l ଆସନ୍ତା କାଲି ରବିବାର ଗ୍ରାଣ୍ଡ ଫାଇନାଲ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ଼ ବନାମ ୟଙ୍ଗ ଉତ୍କଳ କ୍ଲବ କଟକ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି l


Leave a Reply

Your email address will not be published. Required fields are marked *

error: Content is protected !!