ବଲାଙ୍ଗୀର ଫ୍ରେଣ୍ଡସ କ୍ଳବ ଦ୍ୱିତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ : କଟକ ଚମ୍ପିୟାନ

0

ଫ୍ରେଣ୍ଡସ କ୍ଳବ ଦ୍ୱିତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟରେ ଗ୍ରାଣ୍ଡ ଫାଇନାଲରେ ୟଙ୍ଗ ଉତ୍କଳ କ୍ଲବ କଟକ ବନାମ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ଼ ମଧ୍ୟରେ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା | କଟକ ଚମ୍ପିୟାନ l

ବଲାଙ୍ଗିର, 17/2(ସଂସ୍କୃତି ମିଡ଼ିଆ )– ବଲାଙ୍ଗିର ସୁଦୂର ପ୍ରସାରି ଅନୁଷ୍ଠାନ ଫ୍ରେଣ୍ଡସ କ୍ଳବ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ସପ୍ତମ ତଥା ଉଦଯାପନୀ ଦିବସ ଦିନରେ ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ୟଙ୍ଗ ଉତ୍କଲ କଟକ ବନାମ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ ମଧ୍ୟରେ ଫାଇନାଲ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ଲୋଟସ ଷଡ଼ ଙ୍ଗୀଙ୍କ ସଭାପତିତ୍ବରେ

ମୁଖ୍ୟଅତିଥିଭାବରେ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷ୍ୟକ ଶ୍ରୀଯୁକ୍ତ ଋଷିକେଶ ଡି ଖୀଲାରି ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ଡ଼କ୍ଟର ଜିତେନ୍ଦ୍ର ହରିପାଳ, ବରିଷ୍ଟ ରାଜନେତା ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂ ଦେଓ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଗୋପାଳଜୀ ପାଣିଗ୍ରାହୀ, ସମାଜସେବୀ ନିହାଲ ସିଂ, ପଶ୍ଚିମ ଓଡିଶାର ସୁନାମଧନ୍ୟ କଳାକାର ରୁକୁ ସୁନା ଏବଂ ବିନ୍ଦୁ ମଲ୍ଲିକ ସମେତ ସମ୍ପାଦକ ଜଗନ୍ନାଥ ମିଶ୍ର ଓ ରଂଜିତ ବେହେରା ଏବଂ ଆକାଶ ମିଶ୍ର ମଞ୍ଚାସିନ ଥିଲେ l ଅତିଥିମାନଙ୍କୁ ଅନୁଷ୍ଠାନର କର୍ମକର୍ତା ଉପଢୌକଣ ଦେଇ ସମ୍ମାନିତ କରିଥିଲେ l ଅନୁଷ୍ଠାନର କୋଡିନେଟର ମନୋଜ କୁମାର ମିଶ୍ର ଏବଂ ମଧୁ ବନଛୋର ଟିମ ମାନଙ୍କୁ କୋଡିନେଟ କରିଥିଲେ l ଆଜିର ଉଦଯାପନୀ ଦିବସର ଖେଳରେ ପୂର୍ବତନ ଫୁଟବଲ ଖେଳାଳି ସୋମନାଥ ମାଝୀ, ଅପ ଦୁଲ୍ଲୁ ମୁଜ୍ଜିପ, ସୁରକ୍ଷା କମିଟି ର ଆବାହକ କିଶୋର ଦଣ୍ଡସେନା, ସଂଯୋଜକ ଲକ୍ଷ୍ମୀ ନାରାୟଣ ସ୍ୱାଇଁ, କୈଳାଶ ମିଶ୍ର, ରାଜୁ ସାହୁ ଓ ଗୋବିନ୍ଦ ଚନ୍ଦ୍ର ଶତପଥୀ ଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା l ମ୍ୟାଚ କମିଶନର ଭାବରେ ଶରତ କୁମାର ନନ୍ଦ ଦାୟିତ୍ୱ ତୁଲାଇଥିବା ବେଳେ ଦେବାଶିଷ ବାଗ ,ସଞ୍ଜନ କୁଦେଇ, ସୁଦର୍ଶନ ସେଟ, ଦୋଳ ଗୋବିନ୍ଦ ମୁଣ୍ଡା, ଜ୍ୟୋତି ରଞ୍ଜନ ମହାନନ୍ଦ ଖେଳକୁ ପରିଚଳନା କରିଥିଲେ l ୟଙ୍ଗ ଉତ୍କଳ କ୍ଲବ କଟକ ଦଳ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ଼ ଦଳକୁ ସଂଘର୍ଷ ପୂର୍ଣ୍ଣ ଖେଳରେ 5/3 ଗୋଲ ରେ ପରାସ୍ତ କରି ୟଙ୍ଗ ଉତ୍କଳ କ୍ଳବ କଟକ ଦଳ ଚମ୍ପିୟାନ ହୋଇଥିଲା l ମେନ ଅପ ଦି ମ୍ୟାଚ ଭାବରେ କଟକ ଦଳର ଖେଳାଳୀ ଦିନବନ୍ଧୁ ଦାସ ଓ ମ୍ୟାନ ଅପ ଦି ସିରିଜ ଭାବରେ ସୁନ୍ଦରଗଡ଼ ଦଳର ଖେଳାଳୀ ଶକ୍ତି କିଷାନ କୁ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା | l ଶାନ୍ତନୁ ମିଶ୍ର, ଡା.ସିଦ୍ଧେଶ୍ୱର ମିଶ୍ର, ଗରୁଡ଼ଧ୍ୱଜ ସାଏ, ଶୁଭ୍ରାଂଶୁ ଶେଖର ଅମାତ,ପବିତ୍ର ଖୁଣ୍ଟିଆ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ପାତ୍ର, ଟିକୁ ପରିଚ୍ଛା,ମନୋଜ ଦୀପ, ପ୍ରଦୀପ ସିଂହ, ସନ୍ତୋଷ ପାଢ଼ୀ, କିଶୋର ଦଣ୍ଡସେନା, ଲଷ୍ମୀ ନାରାୟଣ ସ୍ୱାଇଁ, ରାମ ନାଏକ, ଅରୋ ରଞ୍ଜନ ମହାପାତ୍ର, ବଦ୍ରି ମିଶ୍ର, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, କମ୍ଭୁ ତ୍ରିପାଠୀ, ସୋନୁ ପଟ୍ଟନାୟକ, ମୁନା ପାଳ, ନିତ୍ୟା ପଧାନ, ରମା ମିଶ୍ର, ଇନ୍ଦ୍ର ନନ୍ଦ, ପୃଥ୍ୱୀରାଜ ବରାଡ଼, ନିଶାର କାନ୍ତ ନାଗ, ରାଜୁ ସାହୁ, ପ୍ରଦୀପ ସାହୁ,ସନତ ତ୍ରିପାଠୀ, ସୂର୍ଯ୍ୟ ମେହେର, ମଣ୍ଟୁ ମିଶ୍ର, ପିଣ୍ଟୁ ପୁରୋହିତ, ଶଙ୍କର ନାଗ, ଲବ ବାରିକ, ଅରୁଣ ପ୍ରଧାନ, ଅନିଲ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l ପରି ଶେଷରେ କ୍ଲବର ସମ୍ପାଦକ ଜଗନ୍ନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |


Leave a Reply

Your email address will not be published. Required fields are marked *

error: Content is protected !!