ପୁଣି ଚର୍ଚ୍ଚାରେ ଅତାବିରା ଏକ ନମ୍ବର କାଉନସିଲର ଦୀପକ ରାୟ

0

ସହାୟତାର ହାତ ବଢ଼ାଇଲେ ଏକନମ୍ବର ୱାର୍ଡ କାଉନସିଲର ଦୀପକ ରାୟ

ପୁଣି ଚର୍ଚ୍ଚାରେ କାଉନସିଲର ଦୀପକ ରାୟ 

ସରଣ୍ଡା, 17/2( ସଂସ୍କୃତି ମିଡ଼ିଆ )- ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି ) ଅଧିନସ୍ଥ ଜୈନିକ ବ୍ୟକ୍ତିଙ୍କ ଘର ପୋଡି ଅସହାୟ ପରିବାରକୁ ସୋମବାର ସହାୟତାର ହାତ ବଢ଼ାଇଛନ୍ତି ଅତାବିରା ଏକ ନମ୍ବର ୱାର୍ଡର କାଉନସିଲର ଦୀପକ ରାୟ l

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଅତାବିରା ଏନଏସି ସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କ୍ ସାମ୍ନା ଅତାବିରା – କୁଲୁଣ୍ଡା ରୋଡ଼ ପାଖରେ ସନାତନ ବାଦି ନାମକ ବ୍ୟକ୍ତି ତାଙ୍କ ପରିବାର ସହ ଗତ 1ବର୍ଷ ରୁ ଉର୍ଦ୍ଧ ହେଲାଣି ସେ ଅମଜାଦ ଅଲିଙ୍କ ଏକ ଛୋଟ ଘରେ ଭଡ଼ା ରହୁଥିଲେ l ରବିବାର ସନ୍ଧ୍ୟା ରେ ଗ୍ୟାସ ଟାଙ୍କିର ପାଇଫ ଫାଟି ତାଙ୍କ ଘର ପୋଡି ଯାଇଥିଲା l ଫଳରେ ସେଠାରେ ଥିବା ସାମାନ୍ୟ ଆହତ ହୋଇଥିବା ବେଳେ ଘରେ ଥିବା ଆସବାସ ପତ୍ର, ସୁଖା ଖାଇବା ସାମଗ୍ରୀ, କପଡା ଓ ଗ୍ରୁପ ରୁ ରୃଣ ଉଠାଇଥିବା ନଗଦ କିଛି ଟଙ୍କା ପୋଡି ନଷ୍ଟ ହୋଇଯାଇଥିଲା l ପରେ ପଦା ପାଖରେ ଥିବା ଅତାବିରା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା l ଘର ସହ ନିତ୍ୟ ବ୍ୟବହାରଜିତ ଜିନିଷ ପୋଡି ଅସହାୟ ହୋଇ ପଡ଼ିଥିବା ପରିବାରଙ୍କ ଘରକୁ ଅତାବିରା ଏକ ନମ୍ବର କାଉନସିଲର ଦୀପକ ରାୟ ଯାଇ ଭେଟିଥିଲେ ଏବଂ ନିଜେ ବ୍ୟକ୍ତିଗତଭାବେ ନଗଦ 10 ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି l ଏଠାରେ ସୂଚବା ଯୋଗ୍ୟ ଯେ କାଉନସିଲର ଦୀପକ ରାୟ ନିର୍ବାଚିତ ହେବା ପରେ ପ୍ରଥମେ ନିଜ କାଉନସିଲର ଭାବେ ସରକାରୀ ଭାବେ ମିଳିବାକୁ ଥିବା ପରିଶ୍ରମିକ ଭତ୍ତା ନେବେ ନାହିଁ ବୋଲି ଘୋଷଣା କରି ଉକ୍ତ ଅର୍ଥ ଏନଏସିର ଉନ୍ନୟନ କାର୍ଯ୍ୟରେ ଲଗାଇବା ପାଇଁ ଦାନ କରିଥିଲେ l ପରେ ଗତ ବର୍ଷ ବରଗଡ଼ ଜିଲା ଭେଡେନ ବ୍ଲକ ମାନପୁର ପଞ୍ଚାୟତ ଇଚ୍ଛାପାଲି ଗ୍ରାମର ଜୈନିକ ଡାକ୍ତରୀ ଛାତ୍ର ଛତ୍ରପତି ପ୍ରଧାନଙ୍କୁ ଏଡମିସନ ପାଇଁ ନିଜେ ବ୍ୟକ୍ତିଗତ ଭାବେ 50 ହଜାର ଟଙ୍କାର ସହାୟତା ପ୍ରଦାନ କରି ଚର୍ଚାରେ ଆସିଥିଲେ l

ଦୀପକଙ୍କ ସମାଜସେବା କ୍ଷେତ୍ରରେ ଏଭଳି ଅବଦାନ ରହିବ ବୋଲି ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି କାରଣ ଅଞ୍ଚଳରେ ଅନେକ ବଡ଼ବଡ଼ ଧନୀ ଶ୍ରେଣୀର ବ୍ୟକ୍ତିବିଶେଷ ରହିଥିବାବେଳେ ଗରିବଙ୍କ ସାହାର୍ଯ୍ୟ କରିବାପାଇଁ କେହି ମଧ୍ୟ ଆଗକୁ ଆସିନଥାନ୍ତି। ସେହିସମୟରେ ଅତାବିରାର ଏହି ଯୁବନେତା ଜଣେ ଗରିବ ମେଧାବୀ ଛାତ୍ରଙ୍କୁ ପାଠ ପଢ଼ିବାପାଇଁ ହେଉ ଅବା କେହି ଅସହାୟଙ୍କୁ ଏଭଳି ଆର୍ଥିକ ସହାୟତା
ଦେଇଥ‌ିବାରୁ ଏବେ ସେ ଚର୍ଚ୍ଚାରେ ରହିଛନ୍ତି । ଏଭଳି ମହନୀୟତା ପାଇଁ ଦୀପକଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି l


Leave a Reply

Your email address will not be published. Required fields are marked *

error: Content is protected !!