ବରଗଡ଼ ରୋଡ଼ ରେଳଷ୍ଟେସନରେ GRP ଥାନା ଖୋଲିବା ପାଇଁ ଦାବି
ବରଗଡ଼, ୪/୬(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ନବାଗତ ବରଗଡ଼ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ସହିତ ସାକ୍ଷାତ କରି ତାଙ୍କୁ ସ୍ୱାଗତ କରିବା ସହିତ ବରଗଡ଼ ରୋଡ଼ ରେଳଷ୍ଟେସନରେ GRP ଥାନା ଖୋଲିବା ପାଇଁ ଏକ ଦାବିପତ୍ର ଦେଇଥିଲେ। ଏହି ଷ୍ଟେସନ ଏକ ଜିଲ୍ଲା ମୁଖ୍ୟାଳୟ ସହିତ NSG-4 ଷ୍ଟେସନ ହୋଇଥିବାରୁ ଏଠାରେ ଏକ GRP ଥାନାର ଆବଶ୍ୟକତା ରହିଛି। ଏହି ଷ୍ଟେସନ ଦେଇ ରାତିରେ ଅନେକ ଟ୍ରେନ ଚାଲୁଥିବାରୁ ଯାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।
ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶତପଥୀ ସମସ୍ୟାକୁ ହୃଦୟଙ୍ଗମ କରି ଏହା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ସେ ବରଗଡ଼ର ଯୁବପୀଢ଼ିଙ୍କୁ ନିଶା କବଳରୁ ମୁକ୍ତ କରିବା ତଥା ବରଗଡ଼ ଜିଲ୍ଲାକୁ ଅପରାଧ ମୁକ୍ତ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଥିଲେ।
ଏହି ପ୍ରତିନିଧି ଦଳରେ ସଭାପତି ପ୍ରଦୀପ ଦେବତା, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ସମ୍ପାଦକ କମଳ ଯୋଶୀ, ବରିଷ୍ଠ ସଦସ୍ୟ ଅଚ୍ୟୁତାନନ୍ଦ ବାରିକ, ଅଭୟ କୁମାର ଭୋଇ, ତୁଳସୀ ଚରଣ ଦାଶ, ସତ୍ୟ ନାରାୟଣ ପଣ୍ଡା, ଉଦ୍ଧବ ଚରଣ ବେହେରା, ପ୍ରଫୁଲ୍ଲ କୁମାର ନନ୍ଦ, ହରେକୃଷ୍ଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
