ଅତାବିରାରେ ନୂତନ ଏ.ବି.ଇ.ଓଙ୍କ ଯୋଗଦାନ
ଅତାବିରା, ୩/୬(ସଂସ୍କୃତି ମିଡ଼ିଆ)- ଅତାବିରା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ମୁକେଶ ଚନ୍ଦ୍ର ଭୋଇ ବୁଧବାର ଯୋଗଦାନ କରିଛନ୍ତି । ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ତାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୂର୍ବତନ ଏବିଇଓ କାର୍ତ୍ତିକ ବାଗ ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ବ୍ଲକର ସମସ୍ତ ସି.ଆର୍.ସି.ସି. ଉପସ୍ଥିତ ଥିଲେ । ବୁଗବୁଗା ସି.ଆର୍.ସି.ସି ନନ୍ଦିଘୋଷ ଭୁଏ ସଭା ପରିଚାଳନାରେ ସହଯୋଗ କରିଥିଲେ । ନୂତନ ଭାବେ ଯୋଗଦାନ କରିଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ନେତୃତ୍ୱରେ ତଥା ସମସ୍ତ ସି.ଆର୍.ସି.ସି ଏବଂ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହଯୋଗ ରେ ବ୍ଲକର ଶିକ୍ଷା ବ୍ୟବସ୍ଥା କୁ ଆହୁରି ଉନ୍ନତ କରିବା ପାଇଁ ତାଙ୍କ ପ୍ରଥମ ଅଭିଭାଷଣ ରେ କହିଥିଲେ । ଶେଷରେ ଜହ୍ନାପଡ଼ା କ୍ଲଷ୍ଟରର ସି.ଆର୍.ସି.ସି ରଞ୍ଜନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।
