ଚାଷୀ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଧାୟକ
ଅତାବିରା, ୩୦/୫(ସଂସ୍କୃତି ମିଡ଼ିଆ)- ରାଜ୍ୟର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ଧାନ କିଣାବିକା ନେଇ ବିଭିନ୍ନ ସମସ୍ୟା ଲାଗି ରହିଛି l ଏହାକୁ ନେଇ ଗତ ୨୬ ତାରିଖ ଦିନ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା l ଗତ ୧୧ ତାରିଖରୁ ମଣ୍ଡି ଖୋଲିଥିଲେ ମଧ୍ୟ ଏଠାରେ ଲାଗି ରହିଥିବା ଟୋକନ ସମସ୍ୟା, ମନ୍ଥର ଉଠାଣ, କମ ଟାର୍ଗେଟ୍ ସମସ୍ୟାକୁ ନେଇ ଚାଷୀ ଉଦବେଗ ପ୍ରକାଶ କରିଥିଲେ l
ଏହି ପରିପ୍ରେକ୍ଷିରେ ଭୁବନେଶ୍ୱର ସଚିବାଳୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ପ୍ରକୋଷ୍ଟରେ ଭେଟି ବରଗଡ଼ ଜିଲ୍ଲାର ରବି ଧାନ କ୍ରୟ ସମ୍ପର୍କିତ ବିଭିନ୍ନ ସମସ୍ୟା ବିଧାୟକମାନଙ୍କ ପକ୍ଷରୁ ଉପସ୍ଥାପନ । ଏହି ଅବସରରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସମେତ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ଏବଂ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ।
ଚାଷୀମାନଙ୍କ ସମସ୍ୟାର ଶୀଘ୍ର ସମାଧାନ ଏବଂ ଧାନ କ୍ରୟ ପ୍ରକ୍ରିୟାକୁ ସୁଚାରୁରୂପେ ସମ୍ପନ୍ନ କରିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସକାରାତ୍ମକ ଆଶ୍ୱାସନା ପ୍ରଦାନ କରିଥିଲେ ବୋଲି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ କହିଛନ୍ତି l
