କାଶିପାଲି ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ 

0

ଅମ୍ବାଭୋନା, 2/4(ସଂସ୍କୃତି ମିଡ଼ିଆ)-ସୋମବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଦ୍ବାରୀ ଗ୍ରାମପଞ୍ଚାୟତର କାଶିପାଲି ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଭଟଲି ବିଧାନ ସଭା ନିର୍ବାଚନମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ଇରାଶିଷ୍୍ ଆଚାର୍ଯ୍ୟ ଙ୍କ ବାପା ତଥା ଲୋକ ପ୍ରିୟ ଡାକ୍ତର ଶ୍ରୀଯୁକ୍ତ ସୁନିଲ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ, ଦ୍ବାରୀ ଗ୍ରାମପଞ୍ଚାୟତର ସରପଞ୍ଚ ଜ୍ଞାନ ରଞ୍ଜନ ଭୋଇ, ସମାଜ ସେବୀ ପୂର୍ନା ନନ୍ଦ ବଢେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଝାରପାଲି ର ଭଜନ ଦଳ,ବୈଗାପାଲି ର ମହିଳା ସଙ୍କୀର୍ତ୍ତନ ଓ ଜୟପୁର ର ମହିଳା ସଙ୍କୀର୍ତ୍ତନ ଭକ୍ତଙ୍କ ମନ ମୁଗ୍ଧ କରିଥିଲା । ମୀନା ବଜାର ରେ ମଧ୍ୟ ଜନସମାଗମ ଦେଖି ବାକୁ ମିଳିଥିଲା । ସମସ୍ତଙ୍କ ପାଇଁ ଅନ୍ନ ଛତ୍ର ର ବ୍ୟବସ୍ଥା କରାଯାଇଥିଲା ।


Leave a Reply

Your email address will not be published. Required fields are marked *

error: Content is protected !!