ଅତାବିରା ଏମ୍ସ ଇଣ୍ଟରନେସନାଲ ସ୍କୁଲର ଉଦ୍ଘାଟନୀ ଉତ୍ସବ

ଅତାବିରା ଏମ୍ସ ଇଣ୍ଟରନେସନାଲ ସ୍କୁଲର ଉଦ୍ଘାଟନୀ ଉତ୍ସବ
ଶିକ୍ଷା କ୍ଷେତ୍ରରେ ଅତାବିରାରେ ଏମ୍ସ ରଚିବ ମାଇଲଖୁଣ୍ଟ ରହିବ ଅତୁଳନୀୟ ଅବଦାନ, ଭୋଜରାଜ ସ୍ୱାଇଁ
ଅତାବିରା , 1/4(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ଠାରେ ଏମ୍ସ ଇଣ୍ଟରନେସନାଲ ସ୍କୁଲର ଉଦ୍ଘାଟନୀ ଉତ୍ସବ “ଆରମ୍ଭ ” ମଙ୍ଗଳବାର ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହୋଇଯାଇଛି l
ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ତ ଭୋଜରାଜ ସ୍ୱାଇଁ ଯୋଗ ଦେଇ ଅତାବିରାରେ ଏପରି ଏକ ଶିକ୍ଷାନୁଷ୍ଠାନର ଆବଶ୍ୟକତା ଥିଲା ବୋଲି କହିଛନ୍ତି l ଏମ୍ସ ସମ୍ବଲପୁରରେ ଯେଉଁ 16 ବର୍ଷର ଅଭିଜ୍ଞତା ରହିଛି ତାହା ଏଠି ଶିକ୍ଷା କ୍ଷେତ୍ରରେ ଏମ୍ସ କରିବ ମାଇଲଖୁଣ୍ଟ ର ଅତୁଳନୀୟ ଅବଦାନ ରହିବ ବୋଲି କହିଥିଲେ l ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପରିମିତା ନନ୍ଦ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଆରମ୍ଭ ଉତ୍ସବରେ ମୁଖ୍ୟଅତିଥି ସ୍ୱାଇଁଙ୍କ ସମେତ ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯୋଧନ ପ୍ରଧାନ, ଶରତ ପାତ୍ର, ସଂମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ପରିଚାଳନା ନିର୍ଦ୍ଧେଶକ ଶ୍ରୀମନ୍ତ ପାତ୍ର, ପରିଚାଳନା କମିଟି ସଭାପତି ଶ୍ରୀନିବାସ ପାତ୍ର, ସମ୍ପାଦକ ବିନୀତ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ l
ପ୍ରାରମ୍ଭରେ ଅତିଥି ମାନେ ମାଁ ସମଲେଶ୍ୱରୀ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ସହ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ସମ୍ବଲପୁର ଏମ୍ସ କଲେଜର ଛାତ୍ରୀମାନେ ସ୍ବାଗତଂ ଓ ଉଦଯାପନୀ ସଙ୍ଗୀତଗାନ କରିଥିବା ବେଳେ ସ୍କୁଲର ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ପଣ୍ଡାଙ୍କ ତତ୍ୱାବଧାନରେ ଛାତ୍ରୀମାନେ ପାଞ୍ଚଟି ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l
ସର୍ବ ପ୍ରଥମେ ପଣ୍ଡିତ ଜୟକୁମାର ଦାଶ ଙ୍କ ପୌରାହିତ୍ୟରେ ସତ୍ୟନାରାୟଣ ପୂଜା କରାଯାଇଥିଲା l ଏଥିରେ ଶରତ ପାତ୍ର ଓ ତାଙ୍କ ପତ୍ନୀ ଯଶୋଦା ପାତ୍ର କର୍ତ୍ତାକର୍ତ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ l ଏହି ସ୍କୁଲରେ ପ୍ଲେ ସ୍କୁଲରୁ ଅଷ୍ଟମ ଶ୍ରେଣୀ ଯାଏଁ ଏ ପର୍ଯ୍ୟନ୍ତ 87 ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି l ଚଳିତ ଶିକ୍ଷା ବର୍ଷ ଆସନ୍ତା 4 ତାରିଖରୁ ଏଠାରେ ପାଠପଢା ହେଉ ଥିବା ବେଳେ ଆଗକୁ ଯୁକ୍ତ ୨ ଯାଏଁ ମହାବିଦ୍ୟାଳୟ ଖୋଲାଯିବ ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀମନ୍ତ ପାତ୍ର ଲକ୍ଷ୍ୟ ରଖିଥିବା ପ୍ରକାଶ କରିଥିଲେ l ଶେଷରେ ବିନୀତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଅଞ୍ଚଳର ଶତାଧିକ ଅଭିଭାବିକା ଅଭିଵାବକ ସମେତ ଶିକ୍ଷା ପ୍ରେମୀ ଯୋଗ ଦେଇଥିଲେ l