ସିମେଣ୍ଟ ନଗର ସରକାରୀ ନୋଡାଲ ସ୍କୁଲରେ ଛାତ୍ରାବାସ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ବରଗଡ଼, 2/4(ସଂସ୍କୃତି ମିଡ଼ିଆ)- ବରଗଡ଼ ସିମେଣ୍ଟ ନଗର ସ୍ଥିତ ସରକାରୀ ନୋଡାଲ ସ୍କୁଲରେ ଛାତ୍ରାବାସ ପାଇଁ ଆବଶ୍ୟକତା ଅନୁଭବ କରି ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଅବିଭାଭକ ଓ ଛାତ୍ର ମାନେ ପ୍ରଦାନ କରିଛନ୍ତି। ଏହି ନୋଡାଲ ସ୍କୁଲ ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରାବାସ ଥିବା ବେଳେ ନବମ, ଦଶମ ଛାତ୍ରଙ୍କ ପାଇଁ କୌଣସି ସୁବିଧା ନଥିବାରୁ ବୁଧବାର ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଛାତ୍ର ଓ ଅଭିଭାବକ ମାନେ ପହଂଚି ଏହି ଦାବୀପତ୍ର ଦେଇଛନ୍ତି। ବର୍ତମାନ ଏହି ବିଦ୍ୟାଳୟର ହଷ୍ଟେଲରେ ୧୮ ଜଣ ଛାତ୍ର ଥିବା ବେଳେ ଆଗକୁ ନବମ, ଦଶମ ଶ୍ରେଣୀ ରେ ହଷ୍ଟେଲ ସୁବିଧା ନହେଲେ ପାଠ ପଢ଼ା ଓ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଭାବକ ମଧ୍ୟରେ ନିତୁ ବାଗ, ଭୃଷବାନୁ କନ୍ଧେର ଉପସ୍ଥିତ ଥିଲେ। ଅଧିକାଂଶ ଛାତ୍ର ସମାଜର ଗରିବ ଶ୍ରେଣୀ ର ହୋଇଥିବାରୁ ସରକାର ଏହା ଉପରେ ଧ୍ୟାନ ଦେଲେ ବହୁ ଲୋକ ଉପକୃତ ହେବେ ବୋଲି ଶ୍ରୀ କନ୍ଧେର କହିଛନ୍ତି।