ପାହାଡ଼ଶ୍ରୀଗିଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ 

0

ଅତାବିରା, 2/4(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ପାହାଡ଼ଶ୍ରୀଗିଡ଼ା ଲାଲ୍ ଡୋଲେଶ୍ୱର୍ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଦିନ ସକାଳ ପ୍ରାୟ ୮ ଟା ରେ ପ୍ରଧାନ ଶିକ୍ଷକ ଶ୍ରୀ ସୁଶୀଲ କୁମାର ସେଠ୍ ଙ୍କ ଅଧ୍ୟକ୍ଷତା ରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାହାଡ଼ଶ୍ରୀଗିଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜୟଦେବ ନାଏକ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ତପସ୍ଵିନୀ ମେହର୍ ସହ ଅନ୍ୟ ସଭ୍ୟ ସଭ୍ୟା ଯୋଗଦାନ କରିଥିଲେ। ସର୍ବ ପ୍ରଥମେ ସମସ୍ତ ପିତାମାତା ଓ କୁନି କୁନି ପିଲମାନଙ୍କୁ ମୁଖ୍ୟ ଫାଟକ ରୁ ପୁଷ୍ପବୃଷ୍ଟି ସହବାଦ୍ୟ ବଜାଇ ପାଛୋଟି ଅଣାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମସ୍ତଙ୍କୁ ଫୁଲ ଚନ୍ଦନ ଦୂବ ପତ୍ର ସହ ଚନ୍ଦନ ଲେପନ କରିବା ସହ ଖାଡ଼ିଛୁଆଁଇ ଥିଲେ !ପ୍ରଭୁ ଶ୍ରୀ ଗଣେଶ ଙ୍କ ସହ ଗୁରୁଜନଙ୍କ ଆଶୀର୍ବାଦ ଗ୍ରହଣ କରାଯାଇଥିଲା। ଏହା ପରେ ପୂର୍ବରୁ ଥିବା ସ୍ବାକ୍ଷରତା ଷ୍ଟଲ୍, ସଂଖ୍ୟାଜ୍ଞାନ ଷ୍ଟଲ୍ ଓ ସୃଜନଶୀଳ ଷ୍ଟଲ୍ ରେ ପିଲାମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମ ଦିନରେ ୧୫ ଜଣ ଛାତ୍ର ଛାତ୍ରୀ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ଥିଲେ। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୌଦାମିନୀ ସାହୁ , ପ୍ରଭାତୀ ପ୍ରଧାନ , ଶିକ୍ଷକ ଦେବାନନ୍ଦ ସାହୁ, ଗୀତାଞ୍ଜଳି ରାଏ, ପୁଷ୍ପାଞ୍ଜଳି ପ୍ରଧାନ ଓ ଚାନ୍ଦିନୀ ମାଝୀ ପ୍ରମୁଖ ସାହାଯ୍ୟ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!