ଅତାବିରା ବ୍ଲକରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

0

ଅତାବିରା, 4/4(ସଂସ୍କୃତି ମିଡ଼ିଆ)- ବୁଧବାର ଦିନ ସକାଳ ସାତ ଘଟିକାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅତାବିରା ଆନୁକୁଲ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅତାବିରା ଠାରେ ବ୍ଲକ୍ ଶିକ୍ଷା ସଚେତନତା ରଥ ର ଶୁଭାରମ୍ଭ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡକ୍ଟର ସୁରେନ୍ଦ୍ର ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇ ଅଛି । ପ୍ରଥମେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଶିକ୍ଷା ସଚେତନତା ରଥ କୁ ପୂଜାର୍ଚ୍ଚନା କରି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସି.ଆର୍.ସି.ସି. ନୃପ ଭୋଇ,ନନ୍ଦିଘୋଷ ଭୁଏ,ରଞ୍ଜନ ବାଗ,ଧରମ ନାଏକ,ରାଜୀବ ବିଶ୍ଵାଳ,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପଧାନୀ ,ସହକାରୀ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି ରଥ ଚାରି ଦିନରେ ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟ ତଥା ଗ୍ରାମ କୁ ଭ୍ରମଣ କରି ସମସ୍ତଙ୍କୁ ସଚେତନ କରିବାରେ ସହାୟକ ହେବ ।

ପିଲାଙ୍କ ଶିକ୍ଷା ଅଧିକାର ସୁନିଶ୍ଚିତ କରିବା ସହ ବିଦ୍ୟାଳୟରେ ପିଲାଙ୍କର ସାମଗ୍ରିକ ବିକାଶ ନିମିତ୍ତ ପିତାମାତା ଓ ଗୋଷ୍ଠୀ ର ଭୂମିକା ସମ୍ପର୍କରେ ଏହା ଅବଗତ କରାଇବ । ଏହି ରଥ ପ୍ରଥମ ଦିନରେ ଅତାବିରା କ୍ଲଷ୍ଟର ଅଧୀନ ଲାଦର ପାଲି ସେବାଶ୍ରମ, , ଜହ୍ନାପଡ଼ା କ୍ଲଷ୍ଟର ର ସରକାରୀ ପ୍ରାଥମିକ ବିଦ୍ୟାଳୟ ଜହ୍ନାପଡ଼ା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୁକୁଟାପାଲି ,ସରକାରୀ ପ୍ରାଥମିକ ବିଦ୍ୟାଳୟ ମନାପଡ଼ା, ହିର୍ଲିପାଲି କ୍ଲଷ୍ଟରର ନୋଡାଲ ଉଚ୍ଚ ବିଦ୍ୟାଳୟ ଲସ୍ତଲା,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲୁରୁପାଳି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲଚିଦା,ସରକାରୀ ପ୍ରାଥମିକ ବିଦ୍ୟାଳୟ ବରାହକଣ୍ଟା,ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାବିରିପାଲି ଖରମୁଣ୍ଡା କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂଆପଡ଼ା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟାଙ୍ଗରପାଲି,ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖରମୁଣ୍ଡା ଆଦି ପରିଭ୍ରମଣ କରି ସଚେତନତା ସୃଷ୍ଟି କରିଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଅଭିଭାବକ ଅଭିଭାବିକା,ଛାତ୍ର ଛାତ୍ରୀ,ସ୍ଥାନୀୟ ସରପଞ୍ଚ , ଲୋକ ପ୍ରତିନିଧି ଶିକ୍ଷାରଥ କୁ ସ୍ଵାଗତ ଜଣାଇବା ସହ ଅଭିଯାନ ରେ ସାମିଲ ହୋଇଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!