ବେଆଇନ ମଦ ବିକ୍ରି କୁ ବିରୋଧ କରି ବାଦୀପାଲି ଗାଁର ମହିଳାମାନେ ଜିଲ୍ଲାପାଳ ଅଫିସର ଦ୍ୱାରସ୍ତ

0

ବରଗଡ଼, 4/4(ସଂସ୍କୃତି ମିଡ଼ିଆ)- “ଗାଁ ରେ ମଦ ବିକ୍ରି ହେଉଛେ ଆମର ମୁନୁଷ ପିଲା ଛୁଆ ସଭେ ବର୍ବାଦ ହେଉଛନ ” ପୋଲିସ କୁ ଅଭିଯୋଗ କଲେ ଶୁଣୁ ନାହିଁ ଏହି ପ୍ରକାର ମନ୍ତବ୍ୟ ଦେଇଛନ୍ତି ବାଦୀପାଲି ଗାଁର ମହିଳା ମାନେ, ବୁଧବାର ଜିଲ୍ଲାପାଳ ଅଫିସ ରେ ଅଭିଯୋଗ କରିଛନ୍ତି ବିଜେପୁର ବ୍ଲକ ଅନ୍ତର୍ଗତ ଭଟିଗାଁ ପଂଚାୟତ ବାଦୀପାଲି ଗାଁ ର ମହିଳା ମାନେ। ଏହି ଗାଁ ରେ ବେଆଇନ ମଦ ବିକ୍ରି କୁ ନେଇ ପରିସ୍ଥିତି ସାଙ୍ଘାତିକ ହେବାରୁ ଗାଁ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ସଚେତନ ମହିଳା ମାନେ ବିଜେପୁର ଥାନାରେ ଅଭିଯୋଗ କରିଥିଲେ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମହିଳା ମାନେ ଜିଲ୍ଲାପାଳ ଅଫିସ ରେ ବୁଧବାର ଅଭିଯୋଗ କରିଛନ୍ତି। ନୂଆ ସରକାର ଗଠନ ହେବାର ନଅ ମାସ ବିତିଯାଇଥିଲେ ସୁଦ୍ଧା ନିଶା ମୁକ୍ତି ଉପରେ କୌଣସି ଠୋସ ପଦକ୍ଷେପ ଦେଖିବାକୁ ମିଳି ନାହିଁ ଓଲଟା ମଦ ମାଫିଆ ମାନେ ସରକାର ଙ୍କ ସଂରକ୍ଷଣ ରେ ଏହି ସବୁ ବେଆଇନ ମଦ ବିକ୍ରି କରୁଛନ୍ତି ବୋଲି ଭବାନୀ ସାହୁ, ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ କହିଛନ୍ତି। ଏହି ବେଆଇନ ବିକ୍ରି କୁ ଯଦି ସରକାର ଅଙ୍କୁଶ ନଲଗେଇବେ ତାହାଲେ ବହୁ ଧନ ଜୀବନ ନଷ୍ଟ ହେଵ ଓ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଶ୍ରୀ ସାହୁ କହିଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!