ନିଲେଇପାଲି ଚାଳିଶ ପ୍ରହରୀ ନାମଯଂଜ୍ଞ ଉଦଯାପିତ

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 41;
ଅତାବିରା, 5/4(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତ ଅନ୍ତର୍ଗତ ନିଲେଇପାଲି ଗ୍ରାମରେ ଚାଲିଥିବା ଚାଳିଶ ପ୍ରହରୀ ନାମଯଂଜ୍ଞ ପୂର୍ଣ୍ଣାହୁତୀ ପରେ ଶନିବାର ଉଦଯାପିତ ହୋଇଯାଇଛି l
ଚୈତ୍ୟ ଶୁକ୍ଳ ପକ୍ଷ ଦ୍ୱିତୀୟା ଗତ ମାର୍ଚ୍ଚ 31 ତାରିଖ ସୋମବାର କଳସ ଯାତ୍ରା, ଶୁଭାଦିବସ ଓ ନାମାରମ୍ଭରୁ ବିଶ୍ୱ ଶାନ୍ତି ପାଇଁ ଆରମ୍ଭ ହୋଇଥିବା ଏହି ନାମଯଂଜ୍ଞ ଶୁକ୍ରବାର 56 ଭୋଗ ଲାଗି,
ସନ୍ଧ୍ୟା ପାଞ୍ଚଟାରେ ଯଂଜ୍ଞ ମଣ୍ଡପରେ ପୂର୍ଣ୍ଣାହୁତୀ ପରେ ନାମ ବିଶ୍ରାମ କାରି ଭଜନ କୀର୍ତ୍ତନ୍ୟ ରାଧାକୃଷ୍ଣ ଙ୍କୁ ନେଇ ନଗର ପରିକ୍ରମା କରିଥିଲେ l ପ୍ରତି ଘର ସମ୍ମୁଖରେ ପ୍ରଭୁଙ୍କୁ ଧୂପ ଦୀପ ପ୍ରସାଦ ଲଗାଇ ସ୍ବାଗତ କରି ଦର୍ଶନ କରିଥିଲେ ଗ୍ରାମବାସୀ l
ନଗର ପରିକ୍ରମାରୁ ପ୍ରଭୁ ଫେରିବା ପରେ ଦଧିଭାଣ୍ଡ ଭଞ୍ଜନ ତଥା କଳସ ବିସର୍ଜନ ପୂର୍ବକ ନାମଯଂଜ୍ଞ ଉଦଯାପିତ ହୋଇଥିଲା l ନିଲେଇପାଲି ରାଧାକୃଷ୍ଣ ସଂକୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ ଅନୁଷ୍ଠିତ ଏହି ନାମଯଂଜ୍ଞର ବିଭିନ୍ନ ଦିବସରେ ନିମନ୍ତ୍ରିତ ହୋଇ ଯୋଗିପାଲି, ସିଲେଟ, ବବୁବନ୍ଧ, ଗୋଡ଼ଭଗା, ଝାରମୁଣ୍ଡା ଆଦି ଗ୍ରାମର ସଂକୀର୍ତ୍ତନ୍ୟ ମଣ୍ଡଳୀ ଯୋଗ ଦେଇ ନାମ କୀର୍ତ୍ତନ ସହ ଭଜନ କୀର୍ତ୍ତନ କରିଥିଲେ l
ପୂର୍ଣ୍ଣାହୁତୀ ଦିନ ବିଜେପୁର ସ୍ଥିତ ମାନପୁର, ଭଟଲି ନିକଟସ୍ଥ ଜୟପୁର ଓ ବଲଣ୍ଡା ଗ୍ରାମର ସଂକୀର୍ତ୍ତନ୍ୟ ମଣ୍ଡଳୀ ଅଂଶଗ୍ରହଣ କରି ବୈଠକୀ ଭଜନ କୀର୍ତ୍ତନ ସହ ନଗର ପରିକ୍ରମା କରିଛନ୍ତି l ଏଥିରେ ପଣ୍ଡିତ ପ୍ରହଲ୍ଲାଦ ଶତପଥୀ ଓ ପଣ୍ଡିତ ବିମଲେଶ୍ୱର ପଣ୍ଡା ପୌରହିତ୍ୟ କରିଥିବା ବେଳେ ହେମଚନ୍ଦ୍ର ପ୍ରଧାନ ଏବଂ ଲୋକେଶ୍ବରୀ ପ୍ରଧାନ ସପତ୍ନୀକ କର୍ତ୍ତାକର୍ତ୍ତୀ ଦାୟିତ୍ୱ ନିର୍ବାହ କରିଥିଲେ l