ବିଶ୍ବ ହୋମିଓପାଥି ଦିବସ ପାଳନ

0

ବରଗଡ,12/4(ସଂସ୍କୃତି ମିଡ଼ିଆ)-ହୋମିଓପାଥି ଚିକିତ୍ସା ବିଜ୍ଞାନ ର ଜନକ ଡ଼ା ସମୁଏଲ୍ ହ୍ୟାନିମାନ ଙ୍କ ଜୟନ୍ତୀ ଅବସର ରେ ବରଗଡ଼ ଜିଲ୍ଲା ହୋମିଓପାଥି ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ କୋହିନୁର ହୋଟେଲ ଠାରେ ବିଶ୍ଵ ହୋମିଓପାଥି ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ବହୁ ବିଶିଷ୍ଟ ହୋମିଓପାଥି ଚିକିତ୍ସକ ଙ୍କ ଉପସ୍ଥିତି ରେ ଏକ କର୍ମଶାଳା ମଧ୍ୟ ଆୟୋଗ କରାଯାଇଥିଲା । ଏଥିରେ ମୁଖ୍ୟ ବକ୍ତା ସମ୍ବଲପୁର ହୋମିଓପାଥିକ କଲେଜ ର ଅଧ୍ୟାପକ ଡ଼ା ଶଙ୍କର୍ଷଣ ସାହୁ, ବରଗଡ ର ଡ଼ା କପିଳାସ ଭୋଇ, ଡ଼ା ନିଶିଥ ମହାପାତ୍ର, ଡ଼ା ରଞ୍ଜନ କୁମାର ମହାନ୍ତି, ଡ଼ା ରାମକୃଷ୍ଣ ମିଶ୍ର, ଡ଼ା ରାଜାରାମ ସାହୁ, ପ୍ରମୁଖ ମଞ୍ଚାସିନ ଥିଲେ। ଡ଼ା ମାନସ କୁମାର ପିଙ୍ଗ ହ୍ୟାନିମନ୍ ଙ୍କ ଜୀବନୀ ଓ ଅତିଥି ମାନେ ଚିକିତ୍ସା ବିଜ୍ଞାନ ଉପରେ ଆଲୋକପାତ କରିଥିଲେ। ଡ଼ା ସୁବୋଧ କୁମାର ସାହୁ, ଡ଼ା ସୁଜାତା ପଟେଲ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଡ଼ା ସସ୍ମିତା ପାତ୍ର ଓ ଡ଼ା ଫଳଗୁନୀ ବଢେଇ ସହଯୋଗ କରିଥିଲେ। ଶେଷ ରେ ଡ଼ା ଆଶୋକ କୁମାର ମହାନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!