ଆଇଆଇଟି-ଜେଇଇ(ମେନ୍‌) ୨୦୨୫ ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶର ଉଲ୍ଲେଖନୀୟ ସଫଳତା

0

ଆଇଆଇଟି-ଜେଇଇ(ମେନ୍‌) ୨୦୨୫ ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶ, ବରଗଡ଼ର ୨୯ ଜଣ ଛାତ୍ରଛାତ୍ରୀ ୯୫ ପର୍‌ସେଣ୍ଟାଇଲ୍ ଉର୍ଦ୍ଧ୍ୱରେ ଓ ୮୭ ଜଣ ଛାତ୍ରଛାତ୍ରୀ ସଫଳ ପ୍ରତ୍ୟୁଷ ଏବଂ ପିୟୁଷ ୧୦୦ ପର୍ସେଣ୍ଟାଇଲ୍ ସହ ସଫଳତାର ଶୀର୍ଷରେ ପ୍ରତ୍ୟୁଷ ୯୯.୩୯ ପର୍ସେଣ୍ଟାଇଲ୍ ସହ କ୍ରୀଷ୍ଣା ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍ ଜେଇଇ (ମେନ୍‌) ଟପ୍ପର୍

ବରଗଡ଼, ୨୧/୪(ସଂସ୍କୃତି ମିଡ଼ିଆ)-ସଦ୍ୟ ପ୍ରକାଶିତ ଆଇଆଇଟି-ଜେଇଇ (ମେନ୍‌) ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଅନ୍ତର୍ଗତ ବିକାଶ ଆବାସିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବିବେକ ଦାଶରୀ ରାଜ୍ୟରୁ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କ୍ରୀଷ୍ଣା ବିକାଶ, ବରଗଡ଼ର ଜଣେ ଛାତ୍ର ୯୯.୩୯ ପର୍ସେଣ୍ଟାଇଲ୍‌, ୪ଜଣ ଛାତ୍ରଛାତ୍ରୀ ୯୮ପର୍ସେଣ୍ଟାଇଲ୍ ରୁ ଉର୍ଦ୍ଧ୍ୱ, ୧୪ଜଣ ୯୭ପର୍ସେଣ୍ଟାଇଲ୍‌ରୁ ଉର୍ଦ୍ଧ୍ୱ, ୨୧ଜଣ ୯୬ପର୍ସେଣ୍ଟାଇଲ୍‌ରୁ ଉର୍ଦ୍ଧ୍ୱ, ୨୯ଜଣ ୯୫ପର୍ସେଣ୍ଟାଇଲ୍‌ରୁ ଉର୍ଦ୍ଧ୍ୱ ଏବଂ ୮୭ ଛାତ୍ରଛାତ୍ରୀ ୨୦୨୫ ଜେଇଇର ନିର୍ଦ୍ଧାରିତ କଟ୍‌ଅଫ୍ ପର୍ସେଣ୍ଟାଇଲ୍ ରୁ ଉର୍ଦ୍ଧ୍ୱ ମାର୍କ ରଖି ୨୦୨୫ ପରୀକ୍ଷା ଫଳାଫଳରେ ଶ୍ରେଷ୍ଠ କୃତୀତ୍ୱ ହାସଲ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ୮୭ରୁ ୫୩ଜଣ ଛାତ୍ରଛାତ୍ରୀ ଏନ୍‌ଆଇଟି, ରାଉରକେଲାରେ ଏଡ୍‌ମିଶନ୍ ପାଇବା ପାଇଁ ନିର୍ଦ୍ଧାରିତ କଟ୍‌ଅଫ୍ ପର୍ସେଣ୍ଟାଇଲ୍ ରଖି ଫଳାଫଳ ତାଲିକାର ଶୀର୍ଷରେ ଅଛନ୍ତି ।

ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ଅଧ୍ୟକ୍ଷ (ସିନିୟର୍ ସେକେଣ୍ଡାରୀ) ଶ୍ରୀ ଚିତରଞ୍ଜନ ପତି ପରୀକ୍ଷା ଫଳାଫଳ ବିଷୟରେ ସବିଶେଷ ବିବରଣୀ ଦେଇ କହିଛନ୍ତି ଯେ, ପ୍ରତ୍ୟୁଷ ୯୯.୩୯ପର୍ସେଣ୍ଟାଇଲ୍‌, ହର୍ଷିତ ୯୮.୬୨, ପିୟୁଷ ୯୮.୩୯, ନିର୍ଲିପ୍ତା ୯୮.୦୮, ଜିୟା ୯୭.୮୩, ସୌମ୍ୟ ରଞ୍ଜନ ୯୭.୬୭, ରୋନକ୍ ୯୭.୫୯, ମନୀଷ ୯୭.୪୬, ରୋହନ ୯୭.୩୮, ନମିତା ୯୭.୩୪, ଚିନ୍ମୟାନନ୍ଦ ୯୭.୩୪, ମୁକେଶ ୯୭.୨୭, ମଧୁସୁଦନ ୯୭.୧୩, ଅମରନାଥ ୯୭.୦୨, ରଜତ ୯୬.୮୩, ହେମନିଲ୍ ୯୬.୫୧, ସ୍ୱସ୍ତିକ ୯୬.୫୧, ଅଂଶୁମାନ ୯୬.୪୪, ଅଙ୍କିତ ୯୬.୪୦, ରିତିକା ୯୬.୨୭, ଲିପୁନ୍ ୯୬.୧୦, କାହ୍ନାଜୀ ୯୫.୯୯, ରାକେଶ ୯୫.୮୮, ମୋହନ ୯୫.୮୦, ଶିବମ୍ ୯୫.୫୦, ଅଙ୍କିତ ୯୫.୪୩, ୟଶୋବନ୍ତ ୯୫.୪୨, ଶୁଭମ ୯୫.୨୦, ପ୍ରଗତି ୯୫.୧୮ ପର୍ସେଣ୍ଟାଇଲ୍ ସହ ତାଲିକାର ଶ୍ରେଷ୍ଠରେ ରହିଛନ୍ତି । ପଦାର୍ଥ ବିଜ୍ଞାନ ରେ ପ୍ରତ୍ୟୁଷ କୁମାର ସାହୁ ଓ ପିୟୁଷ ସାହୁ ଉଭୟ ୧୦୦/୧୦୦ପର୍ସେଣ୍ଟାଇଲ୍‌, ନମିତା ୯୯.୯୨, ଅଙ୍କିତ ୯୯.୭୬, ହର୍ଷିତ ୯୯.୭୩, ଚିନ୍ମୟାନନ୍ଦ ୯୯.୭୩, ନିର୍ଲିପ୍ତା ୯୯.୬୪, ଜିୟା ୯୯.୫୫, ସୌମ୍ୟ ରଞ୍ଜନ ୯୯.୪୨, ମୁକେଶ ୯୯.୨୯, ଅଂଶୁମାନ ୯୯.୨୧, ରୋନକ ୯୯.୦୯, ରିତିକା ୯୯.୦୩, ମଧୁସୁଦନ ୯୯.୦୨ ପର୍ସେଣ୍ଟାଇଲ୍ ରଖି ସଫଳ ହୋଇଥିବାବେଳେ ରସାୟନ ବିଜ୍ଞାନ ରେ ପ୍ରତ୍ୟୁଷ ୯୯.୯୭, ହର୍ଷିତ ୯୯.୭୫, ରୋନକ୍ ୯୯.୬୬, ପିୟୁଷ ୯୯.୬୧, ରୋହନ୍ ୯୯.୬୦, ଅମରନାଥ ୯୯.୩୯, ତପସ୍ୱିନୀ ୯୯.୩୬, ନିର୍ଲିପ୍ତା ୯୯.୩୪, ଓମ୍‌କାର୍ ୯୯.୨୮, ଜିୟା ୯୯.୧୦ ପର୍ସେଣ୍ଟାଇଲ୍ ରଖିଛନ୍ତି । ଉତ୍‌ତୀର୍ଣ୍ଣ ହୋଇଥିବା ସମସ୍ତ ୮୭ଜଣ ଛାତ୍ରଛାତ୍ରୀ ଆଇଆଇଟି-ଜେଇଇ ଏଡ୍‌ଭାନ୍ସ୍‌ଡ୍ ପରୀକ୍ଷା ପାଇଁ କ୍ରୀଷ୍ଣା ବିକାଶର ଅନୁଭବୀ, ଦକ୍ଷ ଶିକ୍ଷକମାନଙ୍କ ମାର୍ଗଦର୍ଶନରେ ତାଙ୍କର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଜେଇଇ ମେନ୍ ନିର୍ଣ୍ଣାୟକ ପ୍ରବେଶିକା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ସଫଳତା ପାଇଁ କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ଚେୟାରମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ବିକାଶରେ ଚାଲିଥିବା ସେଣ୍ଟ୍ରାଲାଇଜ୍‌ଡ୍ ଏଣ୍ଟ୍ରାନ୍‌ସ୍ ଏକାଡେମୀର ପାଠ୍ୟ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ ବିଗତ ଏକ ଦଶନ୍ଧି ଧରି କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ଜେଇଇ ମେନ୍ସ୍ ଏବଂ ଏଡ୍‌ଭାନ୍ସ୍‌ଡ୍ ପ୍ରବେଶିକା ପରୀକ୍ଷାମାନଙ୍କରେ ନିରନ୍ତର ସଫଳତା ପାଇଁ ଅଧ୍ୟକ୍ଷ (ସିନିୟର୍ ସେକେଣ୍ଡାରୀ) ଶ୍ରୀ ଚିତରଞ୍ଜନ ପତି, ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ-ଅଧ୍ୟାପିକାଙ୍କ ପରିଶ୍ରମକୁ ସଫଳତାର ଶ୍ରେୟ ଦେଇଛନ୍ତି ଓ ଆଗାମୀ ଦିନରେ ହେବାକୁ ଥିବା ଆଇଆଇଟି ଜେଇଇ ଏଡ୍‌ଭାନ୍ସ୍‌ଡ୍‌, ଏନ୍‌ଟିଏ-ନିଟ୍ (ମେଡିକାଲ୍‌), ସିୟୁଇଟି, ସିଏ, କ୍ଲାଡ୍‌, ଏନ୍‌ଡିଏ ଏବଂ ଆଇପିମ୍ୟାଟ୍ ଇତ୍ୟାଦି ପରୀକ୍ଷାମାନଙ୍କରେ କ୍ରୀଷ୍ଣା ବିକାଶ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ସହ ଓଡ଼ିଶା ପାଇଁ ଗୌରବ ଆଣିବେ ବୋଲି ଆଶା ପୋଷଣ କରିଛନ୍ତି । କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା, ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ ସମସ୍ତ ସଫଳ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!